ରୋଷେଇ – ଭେଜିଟେବୁଲ୍ ଅଟା ସ୍ନାକ୍ସ୍
ଆବଶ୍ୟକୀୟ ଜିନିଷ – ୧ କପ୍ ଅଟା, ୨ ଟେବୁଲ୍ ସ୍ପୁନ୍ ବେସନ, ୧.୨ କପ୍ ପିଆଜ କଟା, ୧/୨ କପ୍ କଟା ଟମାଟ, ୧/୨ କପ୍ କଟା ବନ୍ଧାକୋବି, ୧/୨ କପ୍ ଗାଜର କୋରା, ୧/୨ କପ୍ ଧନିଆ ପତ୍ର କଟା, ୧/୨ ଚାମଜ କୁଆଣି, ୧/୨ ଚାମଚ ହଳଦି. ୧/୨ ଚାମଚ ଲଙ୍କାଗୁଣ୍ଡ, ବଡ଼ ଅଧାକଟା ଲେମ୍ବୁ, ଆବଶ୍ୟକ ଅନୁଯାୟୀ ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବାଉଲରେ ଅଟା, ବେସନ, ପରିବା, ଲୁଣ, ହଳଦି, ଜୁଆଣି, ଲଙ୍କାଗୁଣ୍ଡ, ଦେଢ଼କପ୍ ପାଣି ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଗ୍ୟାସରେ ତାୱା ବସାଇ ଗୋଟିଏ ଚାମଚ ତେଲ ଦିଅନ୍ତୁ । ଗ୍ୟାସକୁ ଲୋ ଫ୍ଲେମରେ ରଖି ଗୋଟିଏ ବଡ଼ ଚାମଚ ପେଷ୍ଟକୁ ନେଇ ତାୱାରେ ଢାଳନ୍ତୁ ଏବଂ ଚକୁଳି କରିବା ଭଳି ତାହାକୁ ଚାରିଆଡ଼େ ଖେଳାଇ ଦିଅନ୍ତୁ । ମନେ ରଖନ୍ତୁ ଏହାକୁ ଅଧିକ ବଡ଼ କିମ୍ବା ପତଳା କରିବେ ନାହିଁ । ଏହା ଭଲ ଭାବେ ଭାଜି ହେବା ପାଇଁ ୨-୩ ମିନିଟ୍ ରଖନ୍ତୁ ଏବଂ ଏହାକୁ ଓଲାଟାଇ ଦେଇ ପୁଣି ୧/୨ ଚାମଚ ତେଲ ଦେଇ ମିଡିୟମ୍ ଫ୍ଲେମରେ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସ୍ନାକ୍ସର ଦୁଇପଟ ଲାଲ୍ ହେବା ପରେ ତାହାକୁ ବାହାର କରି ରୋଲ୍ ବନାନ୍ତୁ । ଏହା ଉପରେ ଆଉ କିଛି ଧନିଆ ପତ୍ର ପକାଇ ଗରମ ଥିବାବେଳେ ଚିଲି ସସ୍ ସହିତ ପରଷନ୍ତୁ ।