ରୋଷେଇ – କୁଡ଼ମୁଡ଼ିଆ ମୁଢ଼ି ବରା
ଆବଶ୍ୟକୀୟ ଜିନିଷ – ୩ କପ୍ ମୁଢ଼ି, ଭିଜା ଯାଇଥିବା ୧ କପ୍ ଅରୁଆ ଚାଉଳ, ରିଫାଇନ୍ ତେଳ, ଖଣ୍ଡେ ଆମ୍ବକସିଆ ଅଦା, ଗୋଟିଏ ପିଆଜ କଟା, ରସୁଣ ୧୦ କୋଲା, ୧/୨ କପ୍ ନଡ଼ିଆ କୋରା,୧/୨ କପ୍ ଭୃସଙ୍ଗ ପତ୍ର, ଆବଶ୍ୟକ ଅନୁଯାୟୀ କଂଚା ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ ଓ ୧ ଚାମଚ ଜିରା ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ରାଇଣ୍ଡିଙ୍ଗ୍ ଜାରରେ ରସୁଣ ଓ କଂଚା ଲଙ୍କା ଜିରା୧/୨ ଚାଚମ, ଭିଜା ଚାଉଳ ଓ କିଛି ପାଣି ଦେଇ ଭଲ ଭାବେ ଗ୍ରାଇଡିଙ୍ଗ୍ କରନ୍ତୁ । ଚାଉଳ ବଟା ପ୍ରସ୍ତୁତ ହୋଇଯିବା ପରେ ଗୋଟିଏ ବାଉଳରେ ରଖିଦିଅନ୍ତୁ । ଏହାପରେ ମୁଡିରେ ପାଣି ଦେଇ ତାହାକୁ ଭଲ ଭାବେ ଧୋଇ ଚିପୁଡ଼ି ଦେଇ ସେହି ଚାଉଳ ବଟାରେ ପକାନ୍ତୁ । ମନେ ରଖନ୍ତୁ ମୁଢ଼ିରେ ଯେପରି ଅଧିକ ପାଣି ରହିବ ନାହିଁ । ସେଥିରେ ବଳକା ଥିବା ଆଉ ୧/୨ ଚାମଚ ଜିରା, ପିଆଜ କଟା, କଟା ଅଦା ଓ ନଡ଼ିଆ କୋରା, ଭୃସଙ୍ଗ ପତ୍ର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଯଦି ଆବଶ୍ୟକ ହୁଏ, ତେବେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ । ଏହାପରେ ସେଥିରୁ ଅଳ୍ପ ଅଳ୍ପ ନେଇ ଗୁଳା ବନାନ୍ତୁ ଏବଂ ତାହାକୁ ବରା ଆକାରରେ ଚେପଟା କରି ଗଢନ୍ତୁ । ଏହାପରେ ପ୍ୟାନରେ ୨ ବଡ଼ ଚାମଚ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ମୁଢ଼ି ବରାଗୁଡ଼ିକୁ ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ବରାର ଗୋଟିଏ ସାଇଡ୍ ଲାଲ୍ ହେବା ପରେ ଆରପଟକୁ ଓଲଟାଇ ଭାଜନ୍ତୁ । ଏହାକୁ ଆପଣ ଅଧିକ ତେଲ ଦେଇ ଛାଣି ପାରିବେ । କିନ୍ତୁ ତାୱାରେ ଭାଜିବା ଦ୍ୱାରା ଏହା ଅଧିକ ଟେଷ୍ଟ୍ ଲାଗିଥାଏ । ପ୍ରସ୍ତୁତ ହୋଇଗଲା କ୍ରିସ୍ପି ମୁଢ଼ି ବରା । ଏହା ଗରମ ଥିବାବେଳେ ପୁଦିନା ଚଟଣୀ ସହିତ ପରଷନ୍ତୁ ।