ରୋଷେଇ – ଚୁଡ଼ା ଉପମା

ଆବଶ୍ୟକୀୟ ଜିନିଷ – ଦେଢ କପ୍ ଚୁଡ଼ା, ୧ ବଡ଼ କଟା ପିଆଜ, ଛୋଟ ଛୋଟ ଖଣ୍ଡ ହୋଇଥିଲା ୧ଟି ଆଳୁ, କିଛି ଧନିଆ ପତ୍ର, ୧ଟି କଂଚା ଲଙ୍କା, ୩ ଚାମଚ କଂଚା ବାଦାମ୍, ୧/୨ ଚାମଚ ହଳଦି ଗୁଣ୍ଡ, ଗୋଟିଏ ଶୁଖିଲା ଲଙ୍କା, ୨ ଚାମଚ ତେଲ, ୧/୨ ଚାମଚ ସୋରିଷ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ବାଉଲ ପାଣିରେ ଚୁଡ଼ାକୁ ପକାନ୍ତୁ ଏବଂ ୧ ମିନିଟ୍ ପରେ ଭଲ ଭାବେ ଛାଣି ଦେଇ ଶୁଖାଇ ଦିଅନ୍ତୁ । ଏହାପରେ କରେଇରେ ୧ ଚାମଚ ତେଲ ଦିଅନ୍ତୁ ଏବଂ ତେଲ ଗରମ ହେବା ପରେ ସେଥିରେ ବାଦମ୍ ପକାଇ ଭାଜନ୍ତୁ । ତା’ପରେ ବାଦାମକୁ ବାହାର କରି ଏକ ବାଉଲରେ ରଖନ୍ତୁ । ଏହାପରେ କରେଇରେ ଆଉ ୧ ଚାମଚ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ସୋରିଷ, କଞ୍ଚା ଲଙ୍କା, ପିଆଜ, ଧନିଆ ପତ୍ର, ଶୁଖିଲା ଲଙ୍କା ଓ ଆଳୁ, ହଳଦି ଓ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ । ଏହାପରେ ଧିମା ଆଂଚରେ କରେଇରେ ଘୋଡ଼ଣୀ ଦେଇ ଆଳୁକୁ ସିଝିବାକୁ ଦିଅନ୍ତୁ । ୧୦ ମିନିଟ୍ ସିଝିବା ପରେ ସେଥିରେ ୧କପ୍ ପାଣି ଦିଅନ୍ତୁ । ପାଣି ହାଲ୍କା ଗରମ ହେବା ପରେ ସେଥିରେ ଚୁଡ଼ା ପକାନ୍ତୁ ଏବଂ ଭଲ ଭାବେ ଘାଣ୍ଟିଦିଅନ୍ତୁ । ଏହାପରେ ସେଥିରେ ବାଦାମ୍ ପକାଇ ଧିମା ଆଂଚରେ ୨-୩ ମିନିଟ୍ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଚୁଡ଼ା ଉପମା । ଏହାକୁ କୌଣସି ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *