ରୋଷେଇ – ଭେଜ୍ କୁରମା
ଆବଶ୍ୟକୀୟ ଜିନିଷ – ୨ ଟିସ୍ପୁନ୍ ଖସଖସ୍, ୧/୪ କପ୍ କାଜୁ, ୧/୪ କସା ହୋଇଥିବା ନଡ଼ିଆ, ଅଳେଇଚ, ଲବଙ୍ଗ, ତେଜପତ୍ର ଓ ଡାଲଚିନି ୧ଟି, ୩ଟି ଗୋଲମରିଚ, ୧/୩ କପ୍ କଟା ଫ୍ରେଞ୍ଚ୍ ବିନ୍ସ, ୧/୨ କପ୍ ଗ୍ରୀନ୍ ମଟର, ୧/୨ ଗାଜର, ୧/୨ ଫୁଲକୋବି, ୧/୨ କପ୍ କଟା ଆଳୁ, ୧ ଟି ସ୍ପୁନ୍ ଅଦା-ରସୁଣ ପେଷ୍ଟ୍, କଟା ଟମାଟ ୧ଟି, କଟା ହୋଇଥିବା ବଡ଼ ପିଆଜ ୧ଟି, ୧/୨ କପ୍ ଦହି, ୧/୨ ଟିସ୍ପୁନ୍ ଲଙ୍କା ପାଉଡର୍, ୧ ଟିସ୍ପୁନ୍ ଧନିଆ ପାଉଡର୍, ୧/୪ ଟିସ୍ପୁନ ହଳଦୀ ପାଉଡର୍ ଓ ୨ ଟେବୁଲ୍ସ୍ପୁନ୍ ତେଲ ।
ପ୍ରସ୍ତୁତି ପ୍ରଣାଳୀ – କାଜୁକୁ ୧/୪ ପାଣି ଓ ଖସଖସକୁ ୧ ଟେବୁଲ୍ସ୍ପୁନ୍ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ମିକ୍ସିଙ୍ଗ୍ ଜାରରେ ପକାନ୍ତୁ ଏବଂ ଏହା ସହିତ ନଡ଼ିଆ କୋରା, ଲଙ୍କା, ଅଳେଇଚ, ଲବଙ୍ଗ, ଡାଲଚିନି ଓ ଗୋଲମରିଚ ପକାଇ ଗ୍ରାଇଣ୍ଡିଙ୍ଗ୍ କରନ୍ତୁ । ଗ୍ରେଭି ପାଇଁ ସବୁ ପରିବାକୁ ଛୋଟ ଛୋଟ କରି କାଟନ୍ତୁ । ଏହାପରେ କରେଇ ବସାଇ ପାଣି ଓ ଲୁଣ ପକାନ୍ତୁ ଏବଂ ଏହା ଫୁଟିବା ପରେ ସବୁ ପରିବା ପକାଇ ୫-୬ ମିନିଟ୍ ସିଝିବାକୁ ଦିଅନ୍ତୁ । ସିଝିବା ପରେ ସେଥିରୁ ପାଣିକୁ ଛାଣି ନିଅନ୍ତୁ । ଏକ ପ୍ୟାନ ବସାଇ ସେଥିରେ ତେଲ ଦିଅନ୍ତୁ ଏବଂ ତେଜପତ୍ର ଓ ପିଆଜ ପେଷ୍ଟକୁ ପକାଇ ପ୍ରାୟ ୨ ମିନିଟ୍ ଭାଜନ୍ତୁ । ତା’ପରେ ସେଥିରେ ଅଦା-ରସୁଣ ପେଷ୍ଟ୍ ଓ ଟମାଟ ମିକ୍ସ କରନ୍ତୁ । ଟମାଟ ହାଲ୍କା ସିଝିବା ପରେ ସେଥିରେ କାଜୁ ଓ ଖସଖସର ପେଷ୍ଟ୍, ହଦି, ଲଙ୍କା ପାଉଡର୍, ଧନିଆ ପାଉଡର୍ ଓ ହଳଦୀ ପାଉଡର୍ ମିଶାନ୍ତୁ । ସେଥିରେ ସିଝା ହୋଇଥିବା ପରିବା ପକାଇ ଆବଶ୍ୟକତା ଅନୁଯାୟୀ ପାଣି ଦିଅନ୍ତୁ । ଏହାକୁ ୧୦-୧୫ ମିନିଟ୍ ସିଝିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଭେଜ୍ କୁରମା । ଏହାକୁ ଗରମ ଭାତ କିମ୍ବା ରୁଟି ସହିତ ପରଷନ୍ତୁ ।