ରୋଷେଇ – ଚଟପଟା କଦଳୀ ଚିପ୍ସ୍
ଆବଶ୍ୟକୀୟ ଜିନିଷ – କଂଚା କଦଳୀ ୬ଟି, କୋକୋନଟ୍ ଅଏଲ୍ ୧ କପ୍, ଲୁଣ୧ ଚାମଚ, ୧ ବାଉଲ ପାଣି, ଛାଣିବା ପାଇଁ ତେଲ, ଗୋଲମରିଚ ପାଉଡର୍ ୧ ଟି ସ୍ପୁନ୍ କଳା ଲୁଣ ଓ ୧ ଚାମଚ ସାଧାରଣ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀକୁ ଭଲ ଭାବେ ଧୋଇ ଚୋପା ବାହାର କରିନିଅନ୍ତୁ । ଏକ ବାଉଲରେ ପାଣି ନେଇ ସେଥିରେ ଲୁଣ ମିଶାନ୍ତୁ ଏବଂ କଦଳୀଗୁଡ଼ିକୁ ୧୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ଏହାପରେ ଚିପସ୍ କଟର୍ ସାହାଯ୍ୟରେ କଦଳୀର ଚିପସ୍ ବନାନ୍ତୁ । ଚିପ୍ସଗୁଡ଼ିକୁ ସୂତା କପଡ଼ା ଉପରେ ଶୁଖିବା ପାଇଁ ରଖିଦିଅନ୍ତୁ । ଯଦି ଚିପସ୍ କଟର୍ ନାହିଁ, ତାହେଲେ ଆପଣ ଛୁରି ସାହାଯ୍ୟରେ କଦଳୀର ପତଳା ସ୍ଲାଇସ୍ ମଧ୍ୟ କରିପାରିବେ । କଦଳୀ ଚିପ୍ସଗୁଡ଼ିକ ସମ୍ପୂର୍ଣ୍ଣ ଶୁଖିବା ପରେ କରେଇରେ ତେଲ ପକାନ୍ତୁ । ତେଲ ସମ୍ପୂର୍ଣ୍ଣ ଗରମ ହେବା ପରେ ଚିପ୍ସଗୁଡ଼ିକ ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହା ଉପରେ ଗୋଲମରିଚ ଗୁଣ୍ଡ ଓ କଳା ଲୁଣ ପକାଇ ପରଷନ୍ତୁ । ଏହା ଖାଇବା ପାଇଁ ଖୁବ୍ କ୍ରିପ୍ସି ଏବଂ ଟେଷ୍ଟି । ଏହାକୁ ଆପଣ ଏୟାର୍ଟାଇଟ୍ ଡବାରେ ୨-୩ ଦିନ ରଖିପାରିବେ ।