ରୋଷେଇ – ର ମେଙ୍ଗୋ ସାମ୍ବର୍

ଆବଶ୍ୟକୀୟ ଜିନିଷ – ୧ ମୁଠା ହରଡ ଡାଲି, ୧ ମୁଠା ଚଣା ଡାଲି, ୨ବଡ଼ କପ୍ କଟା କଞ୍ଚା ଆମ୍ବ, ୧ କପ୍ ବିନ୍ସ, ଖଣ୍ଡେ ଛୋଟ କଖାରୁ, ଗୋଟିଏ ଗାଜର କଟା, ୨ ଟି ସ୍ପୁନ୍ ସାମ୍ବର୍ ମସାଲା ପାଉଡର୍, ୧/୨ ଟି ସ୍ପୁନ୍ ହଳଦୀ ପାଉଡର୍, ଗୋଟିଏ କଂଚା ଲଙ୍କା, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ଛୁଙ୍କ ପାଇଁ ଆବଶ୍ୟକୀୟ ଜିନିଷ –
ଗୋଟିଏ ଶୁଖିଲା ଲଙ୍କା, ୧ ଚୁଟକି ହିଙ୍ଗୁ, ୧ ଟି ସ୍ପୁନ୍ ସୋରିଷ, ୧ ଟେବୁଲ୍ ସ୍ପୁନ୍ ସନଫ୍ଲାୱାର୍ ଅଏଲ୍, କିଛି ଭୃସଙ୍ଗପତ୍ର ।


ପ୍ରସ୍ତୁତି ପ୍ରଣାଳୀ – ପ୍ରେସର୍ କୁକରରେ ୪କପ୍ ପାଣି ଦେଇ ହରଡଡାଲି ଓ ଚଣାଡାଲି ସହିତ ଅନ୍ୟ ସବୁ ପରିବା ହଳଦୀ ଓ ଲୁଣ ପକାଇ ସିଝାନ୍ତୁ । ଏହା ଭଲ ଭାବେ ସିଝିବା ପରେ ସେଥିରେ ସାମ୍ବର ମସାଲା ପକାଇ ଭଲ ଭାବେ ଗୋଳାଇ ଢାଙ୍କୁଣୀ ବନ୍ଦ କରିଦିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ପ୍ରଥମେ ସୋରିଷ ଏବଂ ଅନ୍ୟ ସବୁ ସମଲା ସହିତ ଶୁଖିଲା ଲଙ୍କାରେ ଛୁଙ୍କ କରନ୍ତୁ । ଏହି ଛୁଙ୍କ ହାଲ୍କା ଲାଲ୍ ହୋଇ ଆସିବା ପରେ ତାହାକୁ ପ୍ରେସର୍ କୁକରରେ ପକାନ୍ତୁ ଏବଂ ଭଲ ଭାବେ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ର ମେଙ୍ଗୋ ସାମ୍ବର । ଏହାକୁ ସଜାଇବା ପାଇଁ ଏହା ଉପରେ କିଛି ଧନିଆ ପତ୍ର ମଧ୍ୟ ପକାଇ ପାରିବେ ।

Leave a Reply

Your email address will not be published. Required fields are marked *