ରୋଷେଇ – ପନିର୍ ଲଡ଼ୁ

ଆବଶ୍ୟକୀୟ ସାମଗ୍ରୀ – ୨୦୦ଗ୍ରାମ ପନିର୍, ୧୦୦ ଗ୍ରାମ ନଡ଼ିଆ କୋରା, ୨ ଚାମଚ ଅଖରୋଟ୍, ୨ ଟେବୁଲ୍ ସ୍ପୁନ୍ କଟା ପିସ୍ତା, ୨ ଟେବୁଲ୍ ସ୍ପୁନ୍ ବାଦାମ, କିଛି କିସମିସ୍, ୮ଟି ଗୁଣ୍ଡ ଗୁଜରାତି, ୧ କପ୍ ଖିର, ୫୦୦ଗ୍ରାମ ଚିନି, ସଜାଇବା ପାଇଁ କିଛି ଡ୍ରାଏ ଫୁଡସ୍ ।


ପ୍ରସ୍ତୁତି ପ୍ରଣାଳୀ –
ପନିରକୁ ପୁରା ଗ୍ରାଇଣ୍ଡିଙ୍ଗ୍ କରି ଗୁଣ୍ଡ କରନ୍ତୁ । ଗ୍ୟାସକୁ ଧିମା ଆଂଚରେ ରଖି ଏକ କରେଇରେ ପନିର୍, ନଡ଼ିଆ ଓ ଖିର ପକାଇ ଭଲ ଭାବେ ମିଶାନ୍ତୁ । ଏହା ଯେପରି କରେଇରେ ଲାଗିବ ନାହିଁ ସେ ପ୍ରତି ଧ୍ୟାନ ଦିଅନ୍ତୁ । ମିଶ୍ରଣଟି ଗାଢା ହୋଇ ଆସିଲେ ସେଥିରେ କିସମିସ୍, ବାଦାମ୍, ପିସ୍ତା ଓ ଅଖରୋଟ୍ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାକୁ ୨-୩ ମିନିଟ୍ ରଖବବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ହାଲ୍କା ଉଷୁମ ଥିବା ଅବସ୍ଥାରେ ଏହି ମିଶଣରୁ ଅଳ୍ପ ଅଳ୍ପ ନେଇ ଲଡ଼ୁ ବନାନ୍ତୁ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଲଡ଼ୁଗୁଡ଼ିକ ଉପରେ ଆଉ କିଛି ଡ୍ରାଏଫୁଡସ ପକାଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ପନିର୍ ଲଡ଼ୁ ।

Leave a Reply

Your email address will not be published.