ରୋଷେଇ – ଭରବା କଲରା

ଆବଶ୍ୟକୀୟ ଜିନିଷ – ୬ଟି ଛୋଟ କଲରା, ଗୋଟିଏ ଛୋଟ ସିଝା ଆଳୁ, ଗୋଟିଏ ଚାମଚ ଅଦା-ରସୁଣ ପେଷ୍ଟ, ଅଧା ଛୋଟ ଚାମଚ ହଦଳୀ ପାଉଡର୍, ଅଧା ଛୋଟ ଚାମଚ ଧନିଆ ପାଉଡର୍, ଅଧା ଛୋଟ ଚାମଚ ଲଙ୍କା ପାଉଡର୍, ଗୋଟିଏ ଚାମଚ ଭଜା ଜିରା, ଗୋଟିଏ ଚାମଚ ପାନମଧୁରୀ, ଗୋଟିଏ ଚାମଚ ଭଜା ମେଥି ଦାନା, ୨ ବଡ଼ ଚାମଚ ତେଲ, ଏକ ଚୁଟକି ହିଙ୍ଗୁ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଲରାକୁ ଭଲ ଭାବେ ଧୋଇ ଡେମ୍ଫକୁ କାଟି ଦିଅନ୍ତୁ । ଏହାପରେ କଲରାର ମଝି ଅଂଶକୁ ଛୁରୀ ସାହାଯ୍ୟରେ ହାଲକା କାଟି ତା’ ଭିତରୁ ମଂଜି ଅଂଶକୁ ବାହାର କରିଦିଅନ୍ତୁ । ଏହାପରେ କଲରାକୁ ଲୁଣ ପାଣିରେ ବୁଡ଼ାଇ ୧୫-୨୦ ମିନିଟ୍ ରଖନ୍ତୁ । ପ୍ୟାନ୍ ବସାଇ ହାଲକା ତେଲ ଦିଅନ୍ତୁ । ଅଦା-ରସୁଣ ପେଷ୍ଟ ଦେଇ କିଛି ସମୟ ଭାଜନ୍ତୁ । ସିଝାଆଳୁକୁ ଚକଟି ସେଥିରେ ପକାନ୍ତୁ । ୨-୩ ମିନିଟ୍ ଆଳୁକୁ ଭାଜିବା ପରେ ସବୁ ମସଲା ଦେଇ କିଛି ସମୟ କୁକ୍ କରନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରି ପ୍ୟାନକୁ ଓହ୍ଲାଇ ଆଣନ୍ତୁ । କଲରାକୁ ପାଣିରୁ ଛାଣି ତା ଭିତରେ ଏହି ପୁରକୁ ଦିଅନ୍ତୁ । ସବୁ କଲରା ଏଭଳି କରିବା ପରେ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ସେଥିରେ କଲରାଗୁଡ଼ିକୁ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ଭରବା କଲରା । ଏହାକୁ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *