ରୋଷେଇ – ବ୍ରେକୋଲି ପରାଠା

ଆବଶ୍ୟକୀୟ ଜିନିଷ – ଗୋଟିଏ ଛୋଟ ବ୍ରେକୋଲି, ୩ କପ୍ ଅଟା, ଗୋଟିଏ ପିଆଜ, ୨-୩ଟି ରସୁଣ କୋଲା, ୧/୨ ଟିସ୍ପୁନ୍ ଗରମ ମସଲା, ୧ ବଡ଼ ଚାମଚ ତେଲ, ୨ ବଡ଼ ଚାମଚ ମଇଦା, ୨ଟି କଂଚା ଲଙ୍କା, ଏକ ଚୁଟକି ହଳଦୀ, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ବ୍ରେକୋଲିକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ । ମିଡିୟମ୍ ଆଂଚରେ ଗୋଟିଏ ପ୍ୟାନ୍ ବସାଇ ପାଣି ଦିଅନ୍ତୁ । ପାଣି ଫୁଟିବା ପରେ ସେଥିରେ ବ୍ରେକୋଲି ଓ ଲୁଣ ପକାଇ ସିଝାନ୍ତୁ । ବ୍ରେକୋଲି ସିଝିବା ପରେ ତାହାକୁ ମିକ୍ସର ଜାରରେ ପକାନ୍ତୁ । ସେଥିରେ ପିଆଜକୁ କାଟି ପକାନ୍ତୁ । ସେଥିରେ ରସୁଣ, କଂଚା ଲଙ୍କା, ଗରମ ମସଲା ଓ ହଳଦୀ ପକାଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଗୋଟିଏ ବାଉଲରେ ଅଟା, ମଇଦା, ଲୁଣ, ବ୍ରେକୋଲି ପେଷ୍ଟ ଓ ପାଣି ଦେଇ ଭଲ ଭାବେ ଚକଟି ରଖନ୍ତୁ । ଏହାକୁ ପ୍ରାୟ ଅଧଘଣ୍ଟା ଘୋଡ଼ଣୀ ଦେଇ ରଖିବା ପରେ ସେଥିରୁ ଅଳ୍ପ ଅଳ୍ପ ନେଇ ପରଟା ବନାନ୍ତୁ । ତାହାକୁ ତେଲ ସାହାଯ୍ୟରେ ଭଲ ଭାବେ ଭାଜିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ବ୍ରେକୋଲି ପରାଠା । ଏହାକୁ ଆଚାର କିମ୍ବା ପୁଦିନା ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *