ରୋଷେଇ – ମିଲ୍କ କେକ୍
ଆବଶ୍ୟକୀୟ ଜିନିଷ – ୧ ଲିଟର୍ ଖିର, ୧ ଟିସ୍ପୁନ୍ ଅଳେଇଚ ପାଉଡର୍, ୨ ଟେବୁଲସ୍ପୁନ୍ କଟା ପିସ୍ତା, ୩ ଟିସ୍ପୁନ୍ ଲେମ୍ବୁ ରସ, ୨ ଟିସ୍ପୁନ୍ ମେଲଟେଡ୍ ବଟର, ଓ ୧/୨ କପ୍ ଚିନି ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ କରେଇରେ ଖିରକୁ ଢ଼ାଳି ଫୁଟିବାକୁ ଛାଡ଼ନ୍ତୁ । ଖିର ଫୁଟି ପ୍ରାୟ ଅଧାରୁ ଆହୁରି କମ୍ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ବହଳିଆ ଖିରରେ ଲେମ୍ବୁ ରସ ପକାଇ ମିକ୍ସ କରିଦିଅନ୍ତୁ । ଦେଖିବେ ସେଥିରୁ ପାଣି ଅଲଗା ହୋଇଯିବ । ଏହାପରେ ପାଣିକୁ ଭଲ ଭାବେ ଛାଣି ଛେନା ପ୍ରସ୍ତତ କରନ୍ତୁ । ମିଡିୟମ୍ ଆଂଚରେ ପ୍ୟାନ୍ ବସାଇ ଛେନାକୁ ପକାନ୍ତୁ । ୨-୩ ମିନିଟ୍ ପରେ ସେଥିରେ ଚିନି ପକାଇ କିଛି ସମୟ କୁକ୍ କରନ୍ତୁ, ଯେପରିକି ଚିନି ସମ୍ପୂର୍ଣ୍ଣ ତରଳିଯିବ । ସେଥିରେ ବଟର୍ ପକାଇ କିଛି ସମୟ ଚଲାନ୍ତୁ । ନଚେତ୍ ଛେନା ପୋଡ଼ିଯିବାର ଭୟ ରଖିଥାଏ । ଏହି ଛେନା ମିଶ୍ରଣ ସମ୍ପୂର୍ଣ୍ଣ ଗାଢ଼ା ହେବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଏହାପରେ ଗୋଟିଏ ବଡ଼ ଥାଳିରେ ଘିଅ ଲଗାଇ ଏହି ଛେନାକୁ ତା’ ଉପରେ ପକାନ୍ତୁ ଏବଂ ସବୁଆଡ଼େ ସମାନ ଭାବରେ ଖେଳାଇ ଦିଅନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ତାହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ । ପରେ ଆପଣ ଯେ କୌଣସି ମନ ପସନ୍ଦ ଆକାରରେ ଏହାକୁ କାଟି ସର୍ଭ କରନ୍ତୁ ।