ରୋଷେଇ – ଗାଜର ଲଡ଼ୁ
ଆବଶ୍ୟକୀୟ ଜିନିଷ – ଅଧା କପ୍ ଗାଜର କୋରା, ୧/୪ କପ୍ ନଡ଼ିଆ କୋରା, କିଛି ଡ୍ରାଏ ଫୁଡସ୍, ୧/୪ କପ୍ କଣ୍ଡେନ୍ସ ମିଲ୍କ, ୧/୪ କପ୍ ଖୋୟା, ୧/୨ଚାମଚ ଗୁଜରାତି ଗୁଣ୍ଡ ଓ ୪ ଚାଚମ ଘିଅ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ପ୍ୟାନରେ ଘିଅ ଗରମ କରି ସେଥିରେ ଗାଜର କୋରା ପକାଇ ଭଲ ଭାବେ ଭାଜନ୍ତୁ । ୩-୪ ମିନିଟ୍ ଭାଜିବା ପରେ ସେଥିରେ ନଡ଼ିଆ କୋରା ଓ କଣ୍ଡେନ୍ସ ମିଲ୍କ ପକାଇ ଆଉ କିଛି ସମୟ କୁକ୍ କରନ୍ତୁ । ଏହାପରେ ଖୋୟା ପକାଇ ୨-୩ ମିନିଟ୍ ପର୍ଯ୍ୟନ୍ତ ଚଲାନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରି ପ୍ୟାନକୁ ଓହ୍ଲାଇ ଆଣନ୍ତୁ । କିଛି ସମୟ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ । ହାଲକା ଉଷୁମ ଥିବା ସମୟରେ ସେଥିରେ ଡ୍ରାଏଫୁଡସକୁ ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ । ଏହାପରେ ସେଥିରେ ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ । ସେଥିରୁ ଅଳ୍ପ ଅଳ୍ପ ନେଇ ଲଡ଼ୁ ବନାନ୍ତୁ । ଆପଣ ଏହା ଉପରେ ସିଲଭର୍ କୋଟ୍ ମଧ୍ୟ କରିପାରିବେ । କିଛି ସମୟ ଏହାକୁ ଫ୍ରିଜରେ ରଖିବା ପରେ ପରଷନ୍ତୁ । ଥଣ୍ଡା ଚାହୁଁନଥିଲେ ଆପଣ ସଙ୍ଗେ ସଙ୍ଗେ ଲଡ଼ୁ ପ୍ରସ୍ତୁତ କରି ଖାଇପାରିବେ ।