ରୋଷେଇ – ପତ୍ରକୋବି କୋଫତା

ଆବଶ୍ୟକୀୟ ଜିନିଷ – ଗୋଟିଏ ଛୋଟ ପତ୍ରକୋବି, ଗୋଟିଏ କଂଚା ଲଙ୍କା, ଧନିଆ ପାଉଡର୍ ଗୋଟିଏ ଟିସ୍ପୁନ୍, ବେସନ ୧ କପ୍, କଟା ଧନିଆପତ୍ର ଅଧା କପ୍ ଓ ଛାଣିବା ପାଇଁ ତେଲ ।
ଗ୍ରେଭି ପାଇଁ – ୫-୬ଟି ଟମାଟ, ଗୋଟିଏ ବଡ଼ ପିଆଜ, ଖଣ୍ଡେ ଅଦା, ୩ଟି କଂଚା ଲଙ୍କା, ୩ ଟେବୁଲସ୍ପୁନ୍ ତେଲ, ଗୋଟିଏ ଚୁଟକି ହେଙ୍ଗୁ, ଅଧା ଟିସ୍ପୁନ୍ ହଳଦୀ ପାଉଡର୍, ଗୋଟିଏ ଟିସ୍ପୁନ୍ ଧନିଆ ପାଉଡର୍, ୧/୨ ଟିସ୍ପୁନ୍ ଗରମ ମସଲା ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପତ୍ରକୋବିକୁ ଧୋଇ କାଟି ନେଇ ଏହାକୁ କୋରଣା ସହାଯ୍ୟରେ କୋରି ନିଅନ୍ତୁ । ଏହାପରେ ଗୋଟିଏ ବଡ଼ ବାଉଲରେ କୋବି, କଟା କଂଚା ଲଙ୍କା, ଲୁଣ, ଧନିଆ ପାଉଡର୍, ଧନିଆପତ୍ର, ବେସନ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଚକଟି ରଖନ୍ତୁ । ଏହାପରେ ସେଥିରୁ ଅଳ୍ପ ଅଳ୍ପ ନେଇ ବଲସ୍ କରନ୍ତୁ ଏବଂ ତାହାକୁ ଲାଲ୍ ହେବା ପର୍ଯ୍ୟନ୍ତ ତେଲରେ ଛାଣି ନିଅନ୍ତୁ । ଗ୍ରେଭି ପାଇଁ ଟମାଟ, ପିଆଜ, କଂଚା ଲଙ୍କା ଓ ଅଦାକୁ ଭଲ ଭାବେ ଗ୍ରାଇଣ୍ଡ୍ କରିନିଅନ୍ତୁ । ଗୋଟିଏ ପ୍ୟାନରେ ତେଲ ଗରମ କରି ଜିରା ପକାଇ ଫୁଟାନ୍ତୁ । ସେଥିରେ ହିଙ୍ଗୁ, ହଳଦୀ ପାଉଡର୍ ଓ ଧନିଆ ପାଉଡର୍ ପକାଇ ୨-୩ ସେକେଣ୍ଡ ପାଇଁ ଚଲାନ୍ତୁ । ଏହାପରେ ସେଥିରେ ଟମାଟ ପେଷ୍ଟକୁ ପକାଇ କିଛି ସମୟ ଭାଜି ନିଅନ୍ତୁ । ଏହାପରେ ଅଳ୍ପ ପାଣି ଦେଇ ତାହାକୁ ଘୋଡ଼ାଇ ଦଅନ୍ତୁ । ୪-୫ ମିନିଟ୍ କୁକ୍ ହେବା ପରେ ଘୋଡ଼ଣୀ ବାହାର କରନ୍ତୁ ଏବଂ ସେଥିରେ କୋବି କପୋଡ଼ାଗୁଡ଼ିକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଗରମ ମସଲା ଦେଇ ଆଉ ୨-୩ ମିନିଟ୍ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ପତ୍ରକୋବି କୋଫତା । ଏହା ଗରମ ପରଟା ସହିତ ପରଷନ୍ତୁ ।

Leave a Reply

Your email address will not be published. Required fields are marked *