ରୋଷେଇ – ଆଚାରି ମଠରି
ଆବଶ୍ୟକୀୟ ଜିନିଷ – ମଇଦା ୨ କପ୍, ୧/୪ ଟିସ୍ପୁନ୍ ମେଥି, ୧/୨ ଟିସ୍ପୁନ୍ ସୋରିଷ ପାଉଡର୍, ପାନମଧୁରୀ ପାଉଡର୍ ୧ ଟିସ୍ପୁନ୍, ଧନିଆ ପାଉଡର୍ ୧ ଟିସ୍ପୁନ୍, ଅଦା ପେଷ୍ଟ ୧ ଟିସ୍ପୁନ୍, ଜିରା ୧/୨ ଟିସ୍ପୁନ୍, ଏକ ଚୁଟକି ହିଙ୍ଗୁ, ଆମଚୁର୍ ପାଉଡର୍ ଦେଢ଼ ଟିସ୍ପୁନ୍, ଗୋଲମରିଚ ପାଉଡର୍ ୧/୪ ଟିସ୍ପୁନ୍, ଲଙ୍କା ପାଉଡର୍ ୧/୨ଟିସ୍ପୁନ୍, ଜୁଆଣୀ ୧/୨ ଟିସ୍ପୁନ୍, ୨ ଟେବୁଲସ୍ପୁନ୍ ତେଲ, ଲେମ୍ବୁରସ ୨ ଟିସ୍ପୁନ୍, ଭଜା ହୋଇଥିବା ବେସନ ଅଧା କପ୍, ଅଧା ଚାମଚ ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ମଇଦା, ଲୁଣ, ତେଲ ଓ ଅଳ୍ପ ପାଣି ଦେଇ ଗାଢ଼ା ଭାବେ ଚକଟି ରଖନ୍ତୁ । ଏହାର ପ୍ରାୟ ଅଧଘଣ୍ଟା ଘୋଡ଼ଣୀ ଦେଇ ରଖନ୍ତୁ । ଗୋଟିଏ ପ୍ୟାନରେ ୧ ଚାମଚ ତେଲ ଗରମ କରି ସେଥିରେ ହିଙ୍ଗୁ, ଜିରା ପାଉଡର୍, ହଳଦୀ, ମେଥି, ଅଦା ପେଷ୍ଟ, ଜୁଆଣି, ଧନିଆ ପାଉଡର୍, ସୋରିଷ ପାଉଡର୍, ଗୋଲମରିଚ ପାଉଡର୍, ଆମଚୁର ଓ ଲୁଣ ପକାଇ ଲୋ ଆଂଚରେ ଭଲ ଭାବେ ଭାଜିନିଅନ୍ତୁ । ୨-୩ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରନ୍ତୁ ଏବଂ ସେଥିରେ ବେସନ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ମଇଦାର ଛୋଟ ଛୋଟ ବଲସ୍ ବନାନ୍ତୁ ଏବଂ ତାହାକୁ ହାଳକା ଦବାଇ ତାହା ଉପରେ ଏହି ମସଲା ପୁରକୁ ଦେଇ ଚାରିପଟୁ ବନ୍ଦ କରନ୍ତୁ । ସବୁ ମଇଦା ବଲସ୍ଗୁଡ଼ିକୁ ଏଭଳି ଗଢ଼ିବା ପରେ କରେଇରେ ତେଲ ଗରମ କରନ୍ତୁ । ମିଡିୟମ୍ ଆଂଚରେ ଏଗୁଡ଼ିକୁ କୁଡ଼କୁଡ଼ିଆ ହେବା ପର୍ଯ୍ୟନ୍ତ ଛାଣିନିଅନ୍ତୁ । ଗରମ ଚା’ ସହିତ ଏହାକୁ ପରଷନ୍ତୁ ।