ରୋଷେଇ – ମଟର କଚୋଡ଼ି

ଆବଶ୍ୟକୀୟ ଜିନିଷ – ୨ କପ୍ ଅଟା କିମ୍ବା ମଇଦା, ୨ଟିସ୍ପୁନ୍ ତେଲ, ଗୋଟିଏ କପ୍ ଗ୍ରୀନ୍ ମଟର, ଅଧା କପ୍ କଟା ଧନିଆପତ୍ର, ୧ ଚୁଟକି ହିଙ୍ଗୁ, ୧/୩ ଟିସ୍ପୁନ୍ ଜିରା, ୧/୨ ଟିସ୍ପୁନ୍ ଧନିଆ ପାଉଡର୍, ୧/୨ ଟିସ୍ପୁନ୍ ପାନମଧୁରୀ ପାଉଡର୍, ୧/୨ ଟିସ୍ପୁନ୍ ଲଙ୍କା ପାଉଡର୍, ୧ ଟିସ୍ପୁନ୍ ଗରମ ମସଲା, ୧/୪ ଚାମଚ ଆମଚୁର୍ ପାଉଡର୍, ଗୋଟିଏ କଂଚା କଟା ଲଙ୍କା, ଖଣ୍ଡେ ଛୋଟ ଅଦା, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ –ଅଟାକୁ ଭଲ ଭାବ ଚକଟି ୨୦ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ । ମଟରକୁ ଦରଦରା ଗ୍ରାଇଣ୍ଡ କରନ୍ତୁ । ପ୍ୟାନରେ ତେଲ ଗରମ କରି ସେଥିରେ ଜିରା ଓ ହିଙ୍ଗୁ ପକାନ୍ତୁ । କିଛି ସମୟ ଭାଜିବା ପରେ ଧନିଆ ପାଉଡର୍, ପାନମଧୁରୀ ପାଉଡର୍, କଂଚା ଲଙ୍କା ଓ ଅଦାକୁ କାଟି ପକାଇ ଭଲ ଭାବେ ଭାଜିନିଅନ୍ତୁ । ଏହାପରେ ମଟର, ଲଙ୍କା ପାଉଡର୍, ଗରମ ମସଲା, ଆମଚୁର୍ ପାଉଡର୍, ଧନିଆପତ୍ର ଓ ଲୁଣ ପକାଇ ୨-୩ ମିନିଟ୍ ଭାଜନ୍ତୁ । ଏହାପରେ ଚକଟା ଅଟାରୁ ଅଳ୍ପ ନେଇ ବଲସ୍ ବନାନ୍ତୁ । ଏହାପରେ ତାହାକୁ ହାଲକା ଚେପଟା କରି ତା ଭିତରେ ମଟର ପୁରକୁ ଦେଇ ମଣ୍ଡା ଭଳି ଗଢ଼ନ୍ତୁ ଏବଂ ତାହାକୁ ହାଲକା ବଡ଼ କରନ୍ତୁ । ଏହାଦ୍ୱାରା ମଟର ପୁର ଭଲ ଭାବେ ରହିବ । ଏହାକୁ ଅଳ୍ପ ବେସନ ସହିତ ବେଲଣା ପଟାରେ ବେଲନ୍ତୁ । ଏହାପରେ କରେଇରେ ତେଲ ଗରମ କରି କଚୋଡ଼ିଗୁଡ଼ିକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ମଟର କଚୋଡ଼ି । ଏହାକୁ ପୁଦିନା ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *