ରୋଷେଇ – ଥାଇ ଚଣା ସାଲାଡ୍
ଆବଶ୍ୟକୀୟ ଜିନିଷ – କାବୁଲି ଚଣା ୨ କପ୍, ଗୋଟିଏ ଗାଜର, ୨ଟି କାକୁଡ଼ି, ଗୋଟିଏ ସିମଲା ଲଙ୍କା, ଅଧା କପ୍ କଟା ଧନିଆ ପତ୍ର, ଅଧା କପ୍ କଟା ପୁଦିନା ପତ୍ର, ମସଲା ବାଦାମ୍ ଅଧା କପ୍, ଗୋଟିଏ ଚାମଚ ଲେମ୍ବୁ ରସ, ସୋୟା ସସ୍ ଗୋଟିଏ ବଡ଼ ଚାମଚ, ଗୋଟିଏ ବଡ଼ ଚାମଚ ମହୁ, ଗୋଟିଏ ବଡ଼ ଚାମଚ ସିରକା, ଗୋଟିଏ ବଡ଼ ଚାମଚ ରାଶି ତେଲ, ରେଡ୍ ଚିଲି ସସ୍ ଗୋଟିଏ ବଡ଼ ଚାମଚ, ଅଦା କୋରା ଗୋଟିଏ ବଡ଼ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚଣାକୁ ରାତିସାରା ଭିଜାଇ ରଖନ୍ତୁ କିମ୍ବା ୫-୬ ଘଣ୍ଟା ଭିଜାଇବା ପରେ ପ୍ରେସରରେ ପକାଇ ୩-୪ଟି ସିଟି ହେବା ପର୍ଯ୍ୟନ୍ତ ସିଝାନ୍ତୁ । ଏହାପରେ ଚଣାକୁ ଗୋଟିଏ ବାଉଲରେ ବାହାର କରନ୍ତୁ । ସେଥିରେ ଗାଜର, କାକୁଡ଼ି, ସିମଲା ଲଙ୍କା ଓ ବାଦାମକୁ ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ । ସୋୟା ସସ୍, ମହୁ, ଚିଲି ସସ୍, ତେଲ, ଅଦା କୋରା, ସିରକା ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ । ପରଷିବା ସମୟରେ ଲେମ୍ବୁ ରସ, ପୁଦିନା ପତ୍ର ଓ ଧନିଆପତ୍ର ପକାଇ ସଜାନ୍ତୁ ।