ରୋଷେଇ – ପନିର୍ ପେଠା ଲଡ଼ୁ

ଆବଶ୍ୟକୀୟ ଜିନିଷ – ଗୋଟିଏ ବଡ଼ କପ୍ ପେଠା, ଗୋଟିଏ ବଡ଼ କପ୍ ପନିର୍, ୪-୫ଟି ଅଳେଇଚ, ଅଧା କପ୍ ପିସ୍ତା, ଅଧା କପ୍ କାଜୁ ଓ ଶୁଖିଲା ନଡ଼ିଆ କୋରା ୧/୨ ବଡ଼ କପ୍ । ଅଧିକ ମିଠା ପସନ୍ଦ ଥିଲେ ଏଥିରେ ଚିନି ମିଶାଇ ପାରିବେ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ପନିର୍ ଓ ପେଠାକୁ କୋରି ତାହାକୁ ଭଲ ଭାବେ ଚକଟି ଦିଅନ୍ତୁ । ପିସ୍ତା ଓ କାଜୁକୁ ଛୋଟ ଛୋଟ କାଟି ସେଥିରେ ପକାନ୍ତୁ । ଅଳେଇଚକୁ ହାଲକା କୁଟି ସେଥିରେ ମିଶାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବେ ଗୋଳାଇବା ପରେ ଅଳ୍ପ ଅଳ୍ପ ନେଇ ଲଡ଼ୁ ବନାନ୍ତୁ । ଏହାକୁ ଲଡ଼ୁ ବ୍ୟତୀତ ଆପଣ ଯେ କୌଣସି ଆକାରର ବନାଇପାରିବେ । ଏହାପରେ ଗୋଟିଏ ଥାଳିରେ ନଡ଼ିଆ କୋରାକୁ ରଖନ୍ତୁ । ପ୍ରତି ଲଡ଼ୁକୁ ନଡ଼ିଆ କୋରାରେ ଭଲ ଭାବେ ବୁଡ଼ାଇ ଅନ୍ୟ ଗୋଟିଏ ଥାଳିରେ ରଖନ୍ତୁ । ପ୍ରସ୍ତତ ହୋଇଗଲା ପନିର୍ ପେଠା ଲଡ଼ୁ । ଏହା ଉପରେ ଆଉ କିଛି ଡ୍ରାଏ ଫୁଡଓ୍ ପାଉଡର୍ କିମ୍ବା ସିଲଭର୍ କୋଟିଙ୍ଗ୍ ପେପର୍ ଦେଇ ସଜାଇ ପାରିବେ ।

Leave a Reply

Your email address will not be published. Required fields are marked *