ରୋଷେଇ – ସାରୁପତ୍ର ବେସର

ଆବଶ୍ୟକୀୟ ଜିନିଷ – ୨-୩ଟି ସାରୁପତ୍ର, ବେସନ ୪ ଚାମଚ, ଅଧାକପ୍ ଧନିଆ କପ୍, ୧ କପ୍ ଟମାଟ ପ୍ୟୁରି, ପିଆଜ, ଅଦା, ରସୁଣ ଓ ସୋରିଷ ବଟା ୧ କପ୍, ଅଧା ଚାମଚ ଆମଚୁର୍ ପାଉଡର୍, ଜିରା ପାଉଡର୍ ୧/୨ ଚାମଚ, ଅଧା ଚାମଚ ହଳଦି ଗୁଣ୍ଡ, ଲଙ୍କା ପାଉଡର୍ ଅଧା ଚାମଚ, ଧନିଆ ପାଉଡର୍ ୧ ଚାମଚ, ଅଦା ଓ ଲଙ୍କା ବଟା ୧ ଚାମଚ, ୧ ଚାମଚ ଗରମ ମସଲା, ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପଥମେ ସାରୁପତ୍ରକୁ ଧୋଇ ଶାଗ ଭଳି କାଟିନିଅନ୍ତୁ । ଏହାପରେ ଗୋଟିଏ ବାଉଲରେ ବେସନ, ସାରୁପତ୍ର, ହଳଦୀ, ଲୁଣ ଓ ଅଳ୍ପ ପାଣି ଦେଇ ଏକ ଗାଢ଼ା ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ କରେଇ ବସାଇ ତାହାକୁ ପକୋଡ଼ି ଭଳି ଛାଣିନିଅନ୍ତୁ । ଏହାପରେ କରେଇ ବସାଇ ୨ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ସୋରିଷ ଓ ଜିରାକୁ ପକାଇ ଫୁଟାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେସର ପେଷ୍ଟକୁ ପକାନ୍ତୁ । ଅଦା-ଲଙ୍କା ପେଷ୍ଟ, ଓ ହଳଦୀ ପାଉଡର୍ ପକାନ୍ତୁ । ୨-୩ ମିନିଟ୍ ଏହାକୁ ଚଲାଇବା ପରେ ଟମାଟ ପେଷ୍ଟ୍ ପକାନ୍ତୁ । ଏହାକୁ କିଛି ସମୟ କସି ନିଅନ୍ତୁ । ଏହାପରେ ଜିରା ଓ ଧନିଆ ପାଉଡର୍ ଓ ଲୁଣ ମିଶାନ୍ତୁ । ଗୋଟିଏ ଗ୍ଲାସ୍ ପାଣି ଦେଇ କିଛି ସମୟ କୁକ୍ କରିବା ପରେ ଆମଚୁର୍ ପାଉଡର୍ ଓ ଗରମ ମସଲା ପକାଇ ମିକ୍ସ କରିନିଅନ୍ତୁ । ଏହାପରେ ସାରୁ ପକୋଡ଼ିଗୁଡ଼ିକୁ ପକାଇ ଘୋଡ଼ଣୀ ଦେଇ କୁକ୍ କରିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ସାରୁ ପତ୍ର ବେସର । ସର୍ଭ କରିବା ସମୟରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *