ରୋଷେଇ – ଦହି ସିମଲାଲଙ୍କା

ଆବଶ୍ୟକୀୟ ଜିନିଷ – ସିମଲା ଲଙ୍କା ୨୫୦ ଗ୍ରାମ୍, ବେସନ ୧ କପ୍, ଗୋଟିଏ ବଡ଼ ପିଆଜ, ତାଜା ଦହି ଏକ କପ୍, ତେଲ ୧ ଚାମଚ, ୧ ଛୋଟ ଚାମଚ ହଳଦୀ ପାଉଡର୍, ୧ ଛୋଟ ଚାମଚ ଲଙ୍କା, ୧ ଛୋଟ ଚାମଚ ଗୋଲମରିଚ ପାଉଡର୍, ୧ ଛୋଟ ଚାମଚ ଜିରା ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ସିମଲା ଲଙ୍କାକୁ ଭଲ ଭାବେ ଧୋଇ ଲମ୍ବା ଭାବରେ କାଟି ଦିଅନ୍ତୁ । ଭିତରେ ଥିବା ମଂଜି ଅଂଶକୁ ବାହାର କରି ଲମ୍ବା ଭାବେ କାଟି ରଖନ୍ତୁ । ପିଆଜକୁ ମଧ୍ୟ ସ୍ଲାଇସ୍ ଆକାରରେ କାଟି ରଖନ୍ତୁ । ଗୋଟିଏ ବାଉଲରେ ହଦି ଓ ବେସନକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ପ୍ୟାନରେ ତେଲ ଦେଇ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ସିମଲା ଲଙ୍କାକୁ ପକାଇ କିଛି ସମୟ ଭାଜି ନିଅନ୍ତୁ । ଏହାପରେ ସେଥିରେ ପିଆଜ, ଲୁଣ, ହଳଦୀ ପାଉଡର୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ୨-୩ ମିନିଟ୍ ଭାଜିବା ପରେ ବେସନ ଓ ହଦିକୁ ସେଥିରେ ପକାଇ ଗୋଳାନ୍ତ ଏବଂ ଘୋଡ଼ଣୀ ଦେଇ ୨-୩ ମିନିଟ୍ କୁକ୍ କରନ୍ତୁ । ଏହାପରେ ଘୋଡ଼ଣୀ ବାହାର କରି ଦେଖନ୍ତୁ ବେସନ ଅଳ୍ପ ଗାଢ଼ା ହୋଇଯାଇଥିବ । ଏହାପରେ ସେଥିରେ ଜିରା ପାଉଡର୍, ଗୋଲମରିଚ ପାଉଡର୍ ଓ ଲଙ୍କା ପାଉଡର୍ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଦହି ସିମଲା ଲଙ୍କା । ଏହାକୁ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *