ରୋଷେଇ – ବାନାନା ବ୍ରେଡ୍
ଆବଶ୍ୟକୀୟ ଜିନିଷ – ୨ କପ୍ ମଇଦା, ୧ଟିସ୍ପୁନ୍ ବେକିଙ୍ଗ ପାଉଡର୍, ୨ଟି ପାଚିଲା କଦଳୀ, ୧/୩ କପ୍ ଲହୁଣୀ, ୨/୩ କପ୍ ଗୁଣ୍ଡ ଚିନି, ୨ ଟେବୁଲସ୍ପୁନ୍ ଖିର, ଅଳେଇଚ ଗୁଣ୍ଡ ୨ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଳରେ କଦଳୀଗୁଡ଼ିକୁ ଚକଟି ରଖନ୍ତୁ । ସେଥିରେ ଚିନି ଓ ଲହୁଣୀ ପକାଇ ଫେଣ୍ଟିଦିଅନ୍ତୁ । ଏହାପରେ ସେଥିରେ ଅଳେଇଚ ଗୁଣ୍ଡ, ମଇଦା ଓ ବେକିଙ୍ଗ୍ ପାଉଡର୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ସେଥିରେ ଖିର ମିଶାଇ ଏକ ଭଲ ଭାବେ ଫେଣ୍ଟି ଏକ ଗାଢ଼ା ଆଣ(ପେଷ୍ଟ୍) ପ୍ରସ୍ତୁତ କରନ୍ତୁ । ଏହାପରେ ବେକିଙ୍ଗ୍ ଟ୍ରେରେ ଲହୁଣୀ ଲଗାଇ ଦିଅନ୍ତୁ । ସେହି ପେଷ୍ଟରୁ ଅଳ୍ପ ଅଳ୍ପ ଆଣି ବେକିଙ୍ଗ ଟ୍ରେରେ ପକାନ୍ତୁ ଏବଂ ତାହାକୁ ଓଭାନରେ ରଖି ପ୍ରାୟ ୨୦-୨୫ ମିନିଟ୍ କୁକ୍ କରନ୍ତୁ । ଏହାପରେ ଓଭାନରୁ ବାହାର କରି ଦେଖନ୍ତୁ, ବ୍ରେଡ୍ ଉପର ହାଲକା ଲାଲ୍ ହୋଇଛି କି ନାହିଁ । ଯଦି ଏହା ଲାଲ୍ ହୋଇନଥାଏ, ତେବେ ଆଉ ୫ ମିନିଟ୍ କୁକ୍ କରନ୍ତୁ । ବ୍ରେଡଗୁଡ଼ିକୁ ଟ୍ରେରୁ ବାହାର କରି ଥାଳିରେ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ବାନାନା ବ୍ରେଡ୍ । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଜାମ୍ ସହିତ ପରଷନ୍ତୁ ।