ରୋଷେଇ – ଖଜୁରା ବର୍ଫି
ଆବଶ୍ୟକୀୟ ଜିନିଷ – ମଞ୍ଜି ବାହାର କରାଯାଇଥିବା ୨୦୦ଗ୍ରାମ ଖଜୁରା, କଟା ପିସ୍ତା ଅଧା କପ୍, କିସମିସ୍ ଅଧାକପ୍, ବାଦାମ୍ ଅଧା କପ୍, ଖସଖସ୍ ୧ ଟି ସ୍ପୁନ୍, ଅଳ୍ପ ଘିଅ ।
ପ୍ରସ୍ତୁତି ପ୍ରଣାଳୀ – ଖଜୁରାକୁ ଛୋଟ ଛୋଟ ଖଣ୍ଡ କରି ମିକ୍ସର୍ ଜାରରେ ପକାନ୍ତୁ । ସଫ୍ଟ ହେବା ପର୍ଯ୍ୟନ୍ତ ଏହାକୁ ଗ୍ରାଇଣ୍ଡ୍ କରନ୍ତୁ । ଏହାପରେ ଗୋଟିଏ ପ୍ୟାନରେ ଘିଅ ଗରମ କରି ସେଥିରେ ଖସଖସ୍ ପକାନ୍ତୁ ଓ ଟିକେ ଭାଜିନିଅନ୍ତୁ । ଏହାପରେ ବାକିଥିବା ସବୁ ଜିନିଷ ପକାଇ ୩ ମିନିଟ୍ ଭାଜନ୍ତୁ । ଏହାପରେ ସେଥିରେ ଖଜୁରା ପକାଇ ଲଗାତାର ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ମନେରଖନ୍ତୁ, ଏହା ଯେପରି ପ୍ୟାନରେ ନଲାଗେ । ଏହି ମିକ୍ସର୍ ଡ୍ରାଏ ହୋଇଯିବା ପରେ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ ଏବଂ ଗୋଟି ବଡ଼ ଚଟକା ଥାଲିରେ ଭଲ ଭାବେ ଘିଅ ଲଗାଇ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ ଏବଂ ଚାରିଆଡ଼େ ସମାନ କରିଦିଅନ୍ତୁ । ଏହାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ତାହାକୁ ଫ୍ରିଜରେ ରଖନ୍ତୁ । କୁଲ୍ ହେବା ପରେ ତାହାକୁ ଆପଣ ପସନ୍ଦ ଅନୁଯାୟୀ ଆକାରରେ କାଟନ୍ତୁ ଏବଂ ଉପରେ କିଛି ଡ୍ରାଏଫୁଡସ୍ ସଜାଇ ପରଷନ୍ତୁ ।