ରୋଷେଇ – ପରସ୍ତ କେସର ଚାଉଳ

ଆବଶ୍ୟକୀୟ ଜିନିଷ- ୨ କପ୍ ଚାଉଳ, ୧/୨ କପ୍ ଖିର, ୧/୨ ଚାମଚ କେସର, ୧ କପ୍ ଚିନି, ଅଧା କପ୍ କିସମିସ୍, ୨ ବଡ଼ ଚାମଚ କାଜୁ, ୬ଟି ଅଳେଇଚ, ଖଣ୍ଡେ ଛୋଟ ଡାଲଚିନି, ୪ ବଡ଼ ଚାମଚ ଲହୁଣୀ, ୪-୫ଟି ଲବଙ୍ଗ ଓ ଆବଶ୍ୟକ ଅନୁଯାୟୀ ପାଣି ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ ବାଉଲରେ ଚାଉଳକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ୧୦ ମିନିଟ୍ ପରେ ଚାଉଳ, ଅଳେଇଚ, ଲବଙ୍ଗ ମିଶାଇ ୫-୮ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । କେସରକୁ ଉଷୁମ ଖିରରେ ଭଲ ଭାବେ ଗୋଳାନ୍ତୁ । ଗୋଟିଏ ପ୍ୟାନରେ ତେଲ ଗରମ କରନ୍ତୁ । ସେଥିରେ କିସମିସକୁ ପକାଇ କିଛି ସମୟ ଭାଜନ୍ତୁ । ତାହାକୁ ବାହାର କରି ଗୋଟିଏ ଥାଳିରେ ରଖନ୍ତୁ । ଏହାପରେ ସେଥିରେ କାଜୁ ପକାଇ ଭାଜନ୍ତୁ ଏବଂ ତାହାକୁ ମଧ୍ୟ ବାହାର କରି ଥାଳିରେ ରଖନ୍ତୁ । ସେହି ପ୍ୟାନରେ ଚିନି ପକାନ୍ତୁ ଏବଂ ସିଝା ହୋଇଥିବା ଚାଉଳକୁ ପକାଇ ଭଲ ଭାବେ ମିଶାନ୍ତୁ । ଅଧିକ ଗଭୀର ଥିବା କୌଣସି ଗୋଟିଏ ବାସନ ନିଅନ୍ତୁ । ବାସନ ଭିତରେ ଚାରିପଟେ ଭଲ ଭାବେ ଲହୁଣୀ ଲଗାଇ ଦିଅନ୍ତୁ । ଏହାପରେ ଚାଉଳର କିଛି ଭାଗକୁ ପତଳା ଲେୟାର୍ ଭାବେ ପକାନ୍ତୁ । ଏହାପରେ କିଛି କାଜୁ ମିସମସର ପରସ୍ତ ରଖନ୍ତୁ । ଏହା ଉପରେ ଚିନିର ଏକ ପରସ୍ତ ଏବଂ ଉପରେ କେସର ଯୁକ୍ତ ଖିର ପକାନ୍ତୁ । ଏହି ପରସ୍ତ ପ୍ରକ୍ର୍ରିୟାକୁ ୨ଥର ଦୋହରାନ୍ତୁ । ଏହାପରେ ବାସନକୁ ଟାଇଟ୍ ଘୋଡ଼ଣୀ ଦେଇ ଲୋ ଆଂଚରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ପରସ୍ତ ଯୁକ୍ତ କେସର ଚାଉଳ । ଏହାକୁ ଗରମ ଗରମ ସର୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *