ରୋଷେଇ – ଶାଗୁ ଫ୍ରୁଟ୍ ସାଲାଡ୍
ଆବଶ୍ୟକୀୟ ଜିନିଷ – ୨ କପ୍ ବଡ଼ ଶାଗୁ, ୨ କପ୍ ଦହି, ୧ କପ୍ ଖିର, ୧ କପ୍ ମିଶ୍ରି ପାଉଡର୍ କିମ୍ବା ଚିନି, ଗୋଟିଏ କପ୍ ଡାଲିମ୍ବ ମଂଜି, ଗୋଟିଏ ଆପୁଲ୍, ଗୋଟିଏ କପ୍ ଅଙ୍ଗୁର, ଗୋଟିଏ କଦଳୀ, କାକୁଡ଼ି କଟା ଅଧା କପ୍ ଓ ଅଧା କପ୍ ନଡ଼ିଆ କୋରା ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଶାଗୁକୁ ୪ ଘଣ୍ଟା ବତୁରାଇ ରଖନ୍ତୁ । ଏହାପରେ ସବୁ ଫଳଗୁଡ଼ିକୁ ଛୋଟ ଛୋଟ ଖଣ୍ଟ କରି କାଟି ରଖନ୍ତୁ । ୪ ଘଣ୍ଟ ପରେ ଶାଗୁକୁ ଛାଣି ଗୋଟିଏ ଥାଳିରେ ରଖନ୍ତୁ । ଗୋଟିଏ ବଡ଼ ବାଉଲରେ ଖିର, ଦହି, ଚିନିକୁ ମିଶାଇ ଭଲ ଭାବେ ଫେଣ୍ଟନ୍ତୁ । ଚିନି ଭଲ ଭାବେ ମିଶିବା ପରେ ସେଥିରେ କଟା ହୋଇଥିବା ଫଳଗୁଡ଼ିକୁ ପକାଇ ଗୋଳାଇ ଦିଅନ୍ତୁ । ଏହାକୁ ଅଧିକ ସ୍ୱାଦିଷ୍ଟ କରିବାକୁ ଚାହୁଁଥିଲେ କାଜୁ, କିସମିସ୍ ଓ ୧ ଚାମଚ ଜୁଆଣୀ ପକାଇ ପାରିବେ । ଏହାପରେ ତାହାକୁ ଏକ ଘୋଡ଼ଣୀ ଦେଇ ଫ୍ରିଜରେ କିଛି ସମୟ ରଖିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଶାଗୁ ଫ୍ରୁଟ୍ ସାଲାଡ୍ । ଯଦି ଆପଣ ଅଧିକ ଥଣ୍ଡା ପସନ୍ଦ କରୁନାହାନ୍ତି, ତେବେ ଏହି ମିକ୍ସରରେ ୨-୩ଟି ଆଇସ୍ କ୍ୟୁବ୍ ପକାଇ ଭଲ ଭାବେ ଫେଣ୍ଟିଦିଅନ୍ତୁ ଏବଂ ସର୍ଭ କରନ୍ତୁ ।