ରୋଷେଇ – ଚୁଡ଼ା ପକୋଡ଼ି

ଆବଶ୍ୟକୀୟ ଜିନିଷ – ଦେଢ଼ଶହ ଗ୍ରାମ୍ ଚୁଡ଼ା, ୩ଟି ମିଡିୟମ୍ ସାଇଜ୍ ସିଝା ଆଳୁ, ଗୋଟିଏ ବଡ଼ କଟା ପିଆଜ, ୧ ଚାମଚ ଜିରା, ଅଧା ଚାମଚ ଚିନି, ଅଧା କପ୍ ଧନିଆ ପତ୍ର, ୧ ଚାମଚ ଲଙ୍କା ଗୁଣ୍ଡ, ଅଧା କପ୍ ଭୃସଙ୍ଗ ପତ୍ର, ଗୋଟିଏ କଟା କଂଚା ଲଙ୍କା, ଅଧା ଛୋଟ ଚାମଚ ଖାଇବା ସୋଡ଼ା, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚୁଡ଼ାରେ ପାଣି ଦେଇ ଭଲ ଭାବେ ଧୋଇ ଗୋଟିଏ କପଡ଼ାରେ ଛାଣିନିଅନ୍ତୁ । ଏହାପରେ ଗୋଟିଏ ବଡ଼ ବାଉଲରେ ବତୁରା ଚୁଡ଼ା ପକାନ୍ତୁ । ସେଥିରେ ସିଝା ଆଳୁ, କଂଚା ଲଙ୍କା, ଜିରା, ଧନିଆ ପତ୍ର, ଚିନି, ପିଆଜ, ଭୃସଙ୍ଗ ପତ୍ର, ଲଙ୍କା ଗୁଣ୍ଡ, ବେକିଙ୍ଗ୍ ସୋଡ଼ା ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ । କିଛି ସମୟ ତାହାକୁ ଏକ ଘୋଡ଼ଣୀ ଦେଇ ରଖିଦିଅନ୍ତୁ । ଏହାପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ଚକଟା ଚୁଡ଼ାରୁ ଅଳ୍ପ ଆଣି ବଲ୍ସ ଭଳି ଗଢ଼ନ୍ତୁ ଏବଂ ତାହାକୁ ହାଲକା ଚେପଟା କରନ୍ତୁ । ସବୁଗୁଡ଼ିକ ବଲସ୍ କରିବା ପରେ ତେଲରେ ପକାନ୍ତୁ । ଗ୍ୟାସର ଆଂଚକୁ ମିଡିୟମ୍ ରଖି ଛାଣନ୍ତୁ । ନଚେତ୍ ପକୋଡ଼ିର ବାହାର ଲାଲ୍ ହୋଇଗଲେ ମଧ୍ୟ ଭିତରେ କଂଚା ରହିଯିବ । ମିଡିୟମ୍ ଆଂଚରେ ପକୋଡ଼ିଗୁଡ଼ିକୁ ଛାଣିବା ପରେ ଗୋଟିଏ ଥାଳିକୁ ବାହାର କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚୁଡ଼ା ପକୋଡ଼ି । ଏହାକୁ ଟମାଟ କିମ୍ବା ପୁଦିନା ଚଟଣୀ ସହିତ ପରଷନ୍ତୁ ।

Leave a Reply

Your email address will not be published.