ରୋଷେଇ – ନଡ଼ିଆ ରାଇତା
ଆବଶ୍ୟକୀୟ ସାମଗ୍ରୀ – ଗୋଟିଏ ଫାଳ ନଡ଼ିଆ କୋରା, ଗୋଟିଏ କଟା ପିଆଜ, ୨ କପ୍ ନଡ଼ିଆ, ଅଧାକପ୍ ଧନିଆ ପତ୍ର, ୧ ଚାମଚ ଭଜା ଜିରା ଲଙ୍କା ଗୁଣ୍ଡ, ୧ ଚାମଚ ଜିରା, ୧ ଚାମଚ ସୋରିଷ, ଅଧା କପ୍ ଭୃସଙ୍ଗ ପତ୍ର, ଗୋଟିଏ କଂଚା ଲଙ୍କା, ତେଲ, ୧ ଚୁଟକିରୁ କମ୍ ହେଙ୍ଗୁ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – କରେଇକୁ ଗରମ କରି ୨ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜିରା, ସୋରିଷ, ଭୃସଙ୍ଗପତ୍ର, କଂଚା ଲଙ୍କା ଓ ହେଙ୍ଗୁ ପକାଇ ଅଳ୍ପ କିଛି ସମୟ ଭାଜି ନିଅନ୍ତୁ । ଏହାପରେ ପିଆଜ କଟାକୁ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ନଡ଼ିଆ କୋରା ପକାଇ ଆଉ କିଛି ସମୟ ଚଲାନ୍ତୁ । ନଡ଼ିଆ କୋରା ଭଲ ଭାବେ ଭାଜି ହୋଇଯିବା ପରେ ଦହି ଓ ଲୁଣ ପକାଇ ଦିଅନ୍ତୁ । ତାହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ଜିରାଲଙ୍କା ଗୁଣ୍ଡ ଓ ଧନିଆ ପତ୍ର ପକାଇ ମିଶାନ୍ତୁ ଏବଂ କରେଇକୁ ଓହ୍ଲାଇ ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ନଡ଼ିଆ ରାଇତା । ଏହାକୁ ରୁଟି କିମ୍ବା ପରଟା ସହିତ ପରଷନ୍ତୁ ।