ରୋଷେଇ – ଗାଜର ଖିରୀ
ଆବଶ୍ୟକୀୟ ଜିନିଷ – ୬ଟି ଗାଜର, ନଡ଼ିଆ ଖିର ୩ କପ୍, ୧ ଚାମଚ ଅଳେଇଚ ପାଉଡର୍, ଗୁଡ଼ ପାଉଡର୍ ୧ କପ୍, ମୁଠାଏ କାଜୁ, କିସମିସ୍ ଅଧା କପ୍, ୪ ଚାମଚ ଘିଅ, ଆବଶ୍ୟକ ଅନୁଯାୟୀ ପାଣି ଓ ଏକ ଚୁଟକି ସୈନ୍ଧବ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗାଜରକୁ ଧୋଇ କୋରି ନିଅନ୍ତୁ । ତାହାକୁ ହାଲକା ସିଝାଇବା ପରେ ପାଣିରୁ ଛାଣି ରଖନ୍ତୁ । ଏହାକୁ ଅଳ୍ପ ଅଳ୍ପ ଗ୍ରାଇଣ୍ଡରରେ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ୍ କରିନିଅନ୍ତୁ । ଏହାପରେ ଗୋଟିଏ କପ୍ ପାଣିରେ ଗୁଡ଼ ପକାଇ ଗୋଳାଇ ରଖନ୍ତୁ । ଗୋଟିଏ କରେଇକୁ ମିଡିୟମ୍ ଆଂଚରେ ରଖନ୍ତୁ । ସେଥିରେ ଗୁଡ଼ପାଣି, ଗାଜର ବଟା, ନଡ଼ିଆ ଖିର ଓ ଲୁଣ ପକାଇ କିଛି ସମୟ ପର୍ଯ୍ୟନ୍ତ ଚଲାନ୍ତୁ । ଗ୍ୟାସର ଆଂଚକୁ ଲୋ କରିଦିଅନ୍ତୁ । କିନ୍ତୁ ମଝିରେ ମଝିରେ ଚଲାନ୍ତୁ । ନଚେତ୍ ଏହା କରେଇରେ ଲାଗିଯିବ । ଏହା ସହିତ ଆଉ ଗୋଟିଏ ପ୍ୟାନରେ ଘିଅକୁ ଗରମ କରି କାଜୁ, କିସମିସ୍ ଓ ଅଳେଇଚ ଗୁଣ୍ଡ ପକାଇ କିଛି ସମୟ ପାଇଁ ଭାଜନ୍ତୁ । ଏହାପରେ କାଜୁ ଓ କିସମିସ୍ ଭଜାକୁ ଗାଜର ଖିରୀରେ ପକାଇ ଗୋଳାଇ ଦିଅନ୍ତୁ । ଯଦି ଏହା ଅଧିକ ଗାଢ଼ା ହୋଇଥାଏ, ସେଥିରେ ଅଳ୍ପ ପାଣି ମିଶାଇ ୨-୩ ମିନିଟ୍ କୁକ୍ କରନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରି କରେଇକୁ ଓହ୍ଲାଇ ଆଣନ୍ତୁ । ଥଣ୍ଡା ହେବା ପରେ ସର୍ଭ କରନ୍ତୁ ।