ରୋଷେଇ – ପାଳଙ୍ଗ ଆଳୁ କୋଫତା
ଆବଶ୍ୟକୀୟ ଜିନିଷ – (କୋଫତା ପାଇଁ )-୪ଟି ମିଡିୟମ୍ ସାଇଜର ସିଝା ଆଳୁ, ୧୦୦ ଗ୍ରାମ୍ ପାଳଙ୍ଗ, ଗୋଟିଏ କଂଚା ଲଙ୍କା, ୧/୨ ଚାମଚ ଲଙ୍କା ପାଉଡର୍, ୨ ଟେବୁଲ୍ ସ୍ପୁନ୍ ମଇଦା, ଛାଣିବା ପାଇଁ ତେଲ ଓ ୧ ଟିସ୍ପୁନ୍ ଲୁଣ ।
(ଗ୍ରେଭି ପାଇଁ) – ୫୦୦ଗ୍ରାମ୍ ପାଳଙ୍ଗ, ୨ଟି ପଆଜ, ଦେଢ଼ ଚାମଚ ଅଦା, ୨ ଟେୁବଲ୍ ସ୍ପୁନ୍ ଟମାଟ ପ୍ୟୁରି, ୨-୩ ଟିସ୍ପୁନ୍ ଲେମ୍ବୁ ରସ, ୨ ଟେବୁଲସ୍ପୁନ୍ ବଟର୍, ୫୦ ଗ୍ରାମ୍ ଫ୍ରେଶ୍ କ୍ରୀମ୍, ୧ ଟିସ୍ପୁନ୍ ଜିରା. ୧ ଚାମଚ ଗରମ ମସଲା ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପାଳଙ୍ଗକୁ ଭଲ ଭାବେ ଧୋଇ ତାହାର ଶିରା ବାହାର କରି କଂଚାଲଙ୍କା ସହିତ ମିଶାଇ କାଟି ନିଅନ୍ତୁ । ଗୋଟିଏ ବାଉଲରେ ସିଝା ଆଳୁ, କଟା କଂଚା ଲଙ୍କା, ପାଳଙ୍ଗ, ଲୁଣ, ଲଙ୍କା ଗୁଣ୍ଡ ଓ ମଇଦା ପକାଇ ଭଲ ଭାବେ ଚକଟି ଛୋଟ ଛୋଟ ବଲସ୍ ବନାନ୍ତୁ । ଆଉ କିଛି ଶୁଖିଲା ମଇଦା ନେଇ ସେହି ବଲସ୍ଗୁଡ଼ିକୁ ମଇଦାରେ ରୋଲ୍ କରି ଗୋଟିଏ ଥାଳିରେ ରଖନ୍ତୁ । କରେଇରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ବଲସଗୁଡ଼ିକୁ ସେଥିରେ ପକାଇ ଛାଣନ୍ତୁ । ଗ୍ରେଭି ପାଇଁ ପାଳଙ୍ଗ ଶାଗକୁ କୁକରରେ ପକାଇ ୪ଟି ହୁଇସିଲ୍ ହେବା ପର୍ଯ୍ୟନ୍ତ ସିଝାନ୍ତୁ । ପିଆଜ, କଂଚା ଲଙ୍କା ଓ ଅଦା, ପାଳଙ୍ଗ ଶାଗକୁ ଭଲ ଭାବେ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ୍ ବନାନ୍ତୁ । କରେଇରେ ଗୋଟିଏ ଟିସ୍ପୁନ୍ ତେଲ ଦେଇ ଗରମ କରନ୍ତୁ । ତାହା ଗରମ ହେବା ପରେ ସେଥିରେ ବଟର୍, ଜିରା, ପିଆଜ, ଲଙ୍କା ଓ ଅଦା ପକାନ୍ତୁ । ଏହାକୁ ଅଳ୍ପ ସମୟ ଭାଜିବା ପରେ ସେଥିରେ ଟମାଟ ପ୍ୟୁରି, ଗରମ ମସଲା ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏଥିରେ ଗ୍ରାଇଣ୍ଡ କରାଯାଇଥିବା ପାଳଙ୍ଗ ପକାଇ ଲୋ ଆଂଚରେ ପ୍ରାୟ ୮-୯ ମିନିଟ୍ ସିଝିବାକୁ ଦିଅନ୍ତୁ । ଏହାପରେ ସେଥିରେ କ୍ରିମ୍ ପକାଇ ଭଲ ଭାବେ ମିଶାନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରି କରେଇକୁ ଓହ୍ଲାଇ ଆଣନ୍ତୁ । ସର୍ଭ କରିବା ସମୟରେ ସେଥିରେ ଲେମ୍ବୁରସ ପକାନ୍ତୁ ।