ରୋଷେଇ – କଖାରୁ ଚଟଣୀ

ଆବଶ୍ୟକୀୟ ଜିନିଷ – ୧୦୦ ଗ୍ରାମ୍ କଖାରୁ, ୧ ଚାମଚ ଗୁଡ଼, ଅଧା କପ୍ ତେନ୍ତୁଳି ରସ, ୧ ଚାମଚ ଭଜା ଜିରାଲଙ୍କା ଗୁଣ୍ଡ, ୧ ଚୁଟକି ହେଙ୍ଗୁ, ୧ ଚାମଚ ସୋରିଷ, ଗୋଟିଏ ଚାମଚ ହଳଦୀ, ଗୋଟିଏ ଶୁଖିଲା ଲଙ୍କା, ଅଧା କପ୍ ଭୃସଙ୍ଗ ପତ୍ର, ୨-୩ ଚାମଚ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – କଖାରୁକୁ ଭଲ ଭାବେ ଧୋଇ ଚେପା ବାହାର କରି କୋରି ନିଅନ୍ତୁ । ଏହାପରେ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସୋରିଷ ଓ ଲଙ୍କା ପକାନ୍ତୁ । ତାହା ଭଲ ଭାବେ ଫୁଟିବା ପରେ ସେଥିରେ ଭୃସଙ୍ଗ ପତ୍ର ଓ ହେଙ୍ଗୁ ପକାଇ ଅଳ୍ପ ଭାଜିନିଅନ୍ତୁ । ଏହାପରେ କଖାରୁ କୋରାକୁ ସେଥିରେ ପକାଇ କଂଚା ବାସ୍ନା ଯିବା ପର୍ଯ୍ୟନ୍ତ ଭଲ ଭାବେ ଭାଜିନିଅନ୍ତୁ । ଏହାପରେ ହଳଦୀ ଗୁଣ୍ଡ ଓ ଲୁଣ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ସେଥିରେ ତେନ୍ତୁଳିର ରସ, ଭଜା ଜିରାଲଙ୍କା ଗୁଣ୍ଡ ଓ ଗୁଡ଼କୁ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ତାହାକୁ ୫-୭ ମିନିଟ୍ ପର୍ଯ୍ୟନ୍ତ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା କଖାରୁ ଚଟଣୀ । ଏହାକୁ ପରଟା କିମ୍ବା ଭାତ ନାନ୍ ସହିତ ଖାଇପାରିବେ ।

Leave a Reply

Your email address will not be published. Required fields are marked *