ରୋଷେଇ – ଚାଇନିଜ୍ ଷ୍ଟାଇଲ୍ କର୍ଣ୍ଣ୍ କର୍ଡ଼

ଆବଶ୍ୟକୀୟ ଜିନିଷ – ୪୦୦ ଗ୍ରାମ୍ ସୁଇଟ୍ କର୍ଣ୍ଣ୍, ୧/୨ ହ୍ୱାଇଟ୍ ପିପର୍ ପାଉଡର୍, ରିଫାଇଣ୍ଡ୍ ଅଏଲ୍, ୧ କପ୍ କର୍ଣ୍ଣ ଫ୍ଲୋର୍, ୧ ବିଡ଼ା ଗ୍ରୀନ୍ ପିଆଜ, ଅଧାକପ୍ ଦହି ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଲୋ ଫ୍ଲେମ୍ ଗ୍ୟାସ୍ ଉପରେ ପ୍ୟାନ୍ ବସାଇ ଗରମ ହେବା ପାଇଁ ଛାଡ଼ନ୍ତୁ । ଗୋଟିଏ ବାଉଲରେ ସୁଇଟ୍ କର୍ଣ୍ଣ୍, କର୍ଣ୍ଣ୍ ଫ୍ଲୋର୍, ହ୍ୱାଇଟ୍ ପିପର୍ ପାଉଡର୍ ଓ ଲୁଣ ମିଶାଇ ଗୋଳାନ୍ତୁ । ଏହି ମିକ୍ସରକୁ ପ୍ୟାନରେ ଢ଼ାଳି କିଛି ସମୟ କୁକ୍ କରନ୍ତୁ । ଏହାପରେ ସେଥିରେ ପିଆଜକୁ କାଟି ପକାଇ ଅଳ୍ପ ସମୟ ଭାଜି ନିଅନ୍ତୁ । ଏହାପରେ ପ୍ୟାନକୁ ଗ୍ୟାସରୁ ଓହ୍ଲାଇ ଆଣନ୍ତୁ । ଏଥିରେ ଦହି ମିଶାନ୍ତୁ । କିନ୍ତୁ ମନେ ରଖନ୍ତୁ ଏହି ମିକ୍ସରକୁ ଅଧିକ ପତଳା କରନ୍ତୁ ନାହିଁ । ଗୋଟିଏ ପ୍ଲେଟ୍ ନିଅନ୍ତୁ ଏବଂ ସେଥିରେ ତେଲ ଲଗାଇ ଏହି ମିକ୍ସରରୁ ଅଳ୍ପ ଅଳ୍ପ ଆଣି ପକାଇ ଖେଲାଇ ଦିଅନ୍ତୁ । ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହା ପୁରା ଥଣ୍ଡା ହେବା ପରେ ଛୁରୀ କିମ୍ବା ପିଜା କଟର୍ ସାହାଯ୍ୟରେ ମନ ପସନ୍ଦର ଆକାରରେ କାଟନ୍ତୁ । କରେଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଏହି ଖଣ୍ଡଗୁଡ଼ିକୁ ପକାଇ କ୍ରିସପି ହେବା ପର୍ଯ୍ୟନ୍ତ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଚାଇନିଜ୍ ଷ୍ଟାଇଲ୍ କର୍ଣ୍ଣ କର୍ଡ଼ । ଏହାକୁ ଯେ କୌଣସି ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *