ରୋଷେଇ – ନଡ଼ିଆ ଚକଲେଟ୍ କେକ୍

ଆବଶ୍ୟକୀୟ ଜିନିଷ- ୧୨୦ ଗ୍ରାମ୍ ବାଦାମ୍, ୩ ଟେବୁଲ ସ୍ପୁନ୍ ନଡ଼ିଆ କୋରା, ୧୫୦ ଗ୍ରାମ୍ ଖଜୁରା, ୩ ଟେୁବଲ ସ୍ପୁନ୍ କୋକୋଆ ପାଉଡର୍, ୩ ଟେବୁଲ୍ ସ୍ପୁନ୍ ତେଲ, ୧ ଟି ସ୍ପୁନ୍ ଭାନିଲା ଏସେନ୍ସ, ୨୫୦ ଗ୍ରାମ୍ କାଜୁ, ୩ ଟେବୁଲ୍ ସ୍ପୁନ୍ କଟା ନଡ଼ିଆ ।

ପ୍ରସ୍ତୁତି ପ୍ରଣାଳୀ – ଖଜୁରାକୁ ୨ ଘଣ୍ଟା ପାଣିରେ ବତୁରାଇ ବାହାର କରି ଆଣନ୍ତୁ । ବାଦାମ୍ ଓ ଅଳ୍ପ ଖଜୁରା ନେଇ ଫୁଡ୍ ପ୍ରୋସେସରରେ ପକାଇ ଗୁଣ୍ଡ କରିନିଅନ୍ତୁ । ଏହି ଗୁଣ୍ଡରେ ବଳକା ଥିବା ସବୁ ସମାଗ୍ରୀ ମିଶାଇ ଭଲ ଭାବେ ବ୍ଲେଣ୍ଡ୍ କରନ୍ତୁ । ଏହାପରେ କେକ୍ ପ୍ୟାନ୍ ନେଇ ସେଥିରେ ତେଲ ଲଗାନ୍ତୁ । ପ୍ରସ୍ତୁତ ହୋଇ ରହିଥିବା ବାଦାମ୍ ମିକ୍ସରକୁ ପ୍ୟାନରେ ଢ଼ାଳି ଗୋଟିଏ ଚାମଚ ସାହାଯ୍ୟରେ ହାଲକା ଦବାଇ ଦିଅନ୍ତୁ । ପୁଣିଥରେ ଫୁଡ ପ୍ରୋସେସରରେ ଆଉ କିଛି ଖଜୁରା, କାଜୁ, ନଡ଼ିଆ ଓ ତେଲ ଦେଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହି ମିସ୍କରକୁ ପାଉଡର୍ ବେସ୍ ଉପରେ କେକ୍ ପ୍ୟାନରେ ଢ଼ାଳନ୍ତୁ । ଗୋଟିଏ ଚାମଚ ସାହାଯ୍ୟରେ ଏହାକୁ ସମାନ ଭାବରେ ଖେଳାଇ ଦିଅନ୍ତୁ । ଏହାପରେ ତାହାକୁ ୪ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । ୪ ଘଣ୍ଟା ପରେ ଏହାକୁ ଫ୍ରିଜରୁ ବାହାର କାଜୁ, ବାଦାମରେ ସଜାଇ ସର୍ଭ କରନ୍ତୁ । ଏହା ଉପରେ ଆପଣ ଚକଲେଟ୍ ସିରପ୍ ପକାଇ ସର୍ଭ କରିପାରିବେ ।

Leave a Reply

Your email address will not be published. Required fields are marked *