ରୋଷେଇ – ଚିଜ୍ କର୍ଣ୍ଣ୍ ଗୋଲଗପ୍ପା

ଆବଶ୍ୟକୀୟ ଜିନିଷ – ୨୦୦ଗ୍ରାମ୍ ସୁଜି, ୧୨୫ ଗ୍ରାମ୍ ଅଟା, ୧/୨ ଟେବୁଲସ୍ପୁନ୍ ବେକିଙ୍ଗ୍ ପାଉଡର୍, ୨ ଟେବୁଲସ୍ପୁନ୍ ରିଫାଇନ୍ ଅଏଲ୍, ୧୫୦ ଗ୍ରାମ୍ ଆମେରିକାନ୍ କର୍ଣ୍ଣ୍, ୨ଟି କଂଚା ଲଙ୍କା, ୨ ଟେବୁଲସ୍ପୁନ୍ ମେୟାନିଜ୍, ଅଧା କପ୍ କଟା ଧନିଆପତ୍ର, ୨ ଟେବୁଲସ୍ପୁନ୍ ଲେମ୍ବୁ ରସ, ୩ ଗ୍ରାମ୍ ଚିନି ପାଉଡର୍, ୫୦ ଗ୍ରାମ୍ କୋରା ଚିଜ୍ କ୍ୟୁବ୍, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ସୁଜି, ଅଟା, ତେଲ, ଅଳ୍ପ ଲୁଣ ଓ ଉଷୁମ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ । କିଛି ସମୟ ଏହାକୁ ଘୋଡ଼ଣୀ ଦେଇ ରଖନ୍ତୁ । ଏହାପରେ ଅଟାକୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ ବଲସ୍ ବନାନ୍ତୁ ଏବଂ ପତଳା ବେଲନ୍ତୁ । ଏହାପରେ କରେଇ ବସାଇ ସେସବୁକୁ ଛାଣି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଗୋଲଗପ୍ପା । ଏହାପରେ ଗୋଟିଏ ବାଉଲରେ ମେୟୋନିଜ୍, ଚିନି ପାଉଡର୍, ଲେମ୍ବୁ ରସ, କଟା ଧନିଆ ପତ୍ର, କଂଚା ଲଙ୍କା, ଆମେରିକାନ୍ କର୍ଣ୍ଣ୍ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଗୋଲଗପ୍ପା ଭିତରେ ରଖି ତା’ ଉପରେ ଚିଜ୍ କୋରାକୁ ପକାଇ ସର୍ଭ କରନ୍ତୁ ।

Leave a Reply

Your email address will not be published. Required fields are marked *