ରୋଷେଇ – ପନିର୍ ବାଦାମ୍ ଚିଲା
ଆବଶ୍ୟକୀୟ ଜିନିଷ – ୨ କପ୍ ବେସନ, ୧/୪ ଟି ସ୍ପୁନ୍ ବେକିଙ୍ଗ୍ ପାଉଡର୍, ୧ ଟିସ୍ପୁନ୍ ଲୁଣ, ୧/୪ ଟିସ୍ପୁନ୍ ଜୁଆଣୀ, ୧/୨ ଟିସ୍ପୁନ୍ ଲଙ୍କା ପାଉଡର୍, ୩ ଟେବୁଲ୍ ସ୍ପୁନ୍ ବାଦାମ୍ ତେଲ, ୧/୨ କପ୍ କସା ହୋଇଥିବା ପନିର୍, ୧/୪ କପ୍ କଟା ବାଦାମ୍, ୧ଟିସ୍ପୁନ୍ ଭଜା ଜିରା, ଗୋଟିଏ କଟା କଂଚା ଲଙ୍କା, ୨ଟିସ୍ପୁନ୍ କଟା ଅଦା, ଅଧାକପ୍ କଟା ଧନିଆପତ୍ର ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ମିକ୍ସିଙ୍ଗ୍ ବାଉଲରେ ବେସନ, ଲୁଣ, ଜୁଆଣୀ, ଲଙ୍କା ଗୁଣ୍ଡ, ବେକିଙ୍ଗ୍ ପାଉଡର୍ ଓ ପାଣି ମିଶାଇ ଏକ ଗାଢ଼ା ଓ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଗୋଟିଏ ବାଉଲରେ ପନିର୍, ବାଦାମ୍, ଜିରା, ଲଙ୍କା ଓ ନିଆ ପତ୍ର ମିଶାଇ ଭଲ ଭାବେ ଗୋଳାଇ ଷ୍ଟଫିଙ୍ଗ୍ ପ୍ରସ୍ତୁତ କରନ୍ତୁ । ମିଡିୟମ୍ ଆଂଚରେ ନନଷ୍ଟିକ୍ ତାୱା ବସାଇ ହାଲକା ତେଲ ଦିଅନ୍ତୁ । ଏହାପରେ ବେସନ ପେଷ୍ଟରୁ ଅଳ୍ପ ଆଣି ତାୱାରେ ଢାଳି ଚକୁଳି ଭଳି ବୁଲାନ୍ତୁ । ଏହାର ଗୋଟିଏ ସାଇଡ୍ ଭଲ ଭାବେ ଭାଜି ହୋଇଯିବା ପରେ ଧିରେ ଓଲଟାଇ ଦିଅନ୍ତୁ । ୨-୩ ମିନିଟ୍ ପରେ ଷ୍ଟଫିଙ୍ଗରୁ ଅଳ୍ପ ଆଣି ଚକୁଳି ଉପରେ ରଖି ଚାରିପଟେ ଖେଳାଇ ଦିଅନ୍ତୁ । ଏହାପରେ ଚକୁଳିକୁ ଦୋସା ଭଳି ହାଳକା ରୋଲ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ପନିର୍ ବାଦାମ ଚିଲା । ଏହାକୁ କୌଣସି ଚଟଣୀ କିମ୍ବା ଦହି ସହିତ ଗରମାଗରମ ପରଷନ୍ତୁ ।