ବେସନ-ଆଳୁ ଟିକିୟା

ଆବଶ୍ୟକୀୟ ଜିନିଷ – ୧ କପ୍ ବେସନ, ୨ଟି ସିଝା ଆଳୁ, ଗୋଟିଏ କଟା କଂଚା ଲଙ୍କା, ଅଧା କପ୍ କଟା ଧନିଆ ପତ୍ର, ୧/୨ ଛୋଟ ଚାମଚ ହଳଦୀ ଗୁଣ୍ଡ ୧/୨ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଗୋଟିଏ ଛୋଟ ଚାମଚ ଜୁଆଣି, ଗୋଟିଏ ଛୋଟ ଚାମଚ ଜିରା, ଗୋଟିଏ ବଡ଼ ଚାମଚ ଧନିଆ ପାଉଡର, ପାଣି, ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ହାଲକା ସିଝାଇ ରଖନ୍ତୁ । ଏହାପରେ ଗୋଟିଏ ବାଉଲରେ ବେସନରେ ପାଣି ମିଶାଇ ପତଳା ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ କରେଇ ବସାଇ ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଗ୍ୟାସର ଆଂଚକୁ ଲୋ ରଖି ତେଲରେ ଜିରା, ଜୁଆଣି, ହଳଦି, ଲଙ୍କା ପାଉଡର୍ ଓ ଧନିଆ ପାଉଡର୍ ପକାଇ ପ୍ରାୟ ୧ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଗ୍ୟାସର ଆଂଚକୁ ମିଡିୟମ୍ ଫ୍ଲେମରେ ରଖନ୍ତୁ । କରେଇରେ ବେସନ ପାଣି ମିଶାଇ କିଛି ସମୟ ଚଲାନ୍ତୁ । ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଘୋଡ଼ଣୀ ଦେଇ କିଛି ସମୟ କୁକ୍ ହେବାକୁ ଦିଅନ୍ତୁ । ଏହାପରେ ଗ୍ୟାସକୁ ବନ୍ଦ କରି ତାହାକୁ ଗ୍ୟାସରୁ ବାହାର କରି ହାଲକା ଥଣ୍ଡା ହେବାକୁ ଦିଅନ୍ତୁ । ଏହା ଭିତରେ ସିଝା ଆଳୁକୁ ଏକ ଜାଲି କୋରଣା ସାହାଯ୍ୟରେ କୋରି ଦିଅନ୍ତୁ । ସେହି ଆଳୁ କୋରାକୁ ଅଳ୍ପ ଅଳ୍ପ କରି ବେସନ ପେଷ୍ଟରେ ପକାଇ ଚକଟନ୍ତୁ । ସେଥିରେ କଟା କଂଚା ଲଙ୍କା ଓ ଧନିଆ ପତ୍ରକୁ ମଧ୍ୟ ମିଶାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ଗୋଟିଏ ବଡ଼ ଥାଳିରେ ହାଳକା ତେଲ ଲଗାଇ ସେଡି ଉଷୁମ ବେସନ ପେଷ୍ଟକୁ ତା’ ଉପରେ ରଖି ଥାଳିର ଚାରିପଟେ ସମାନ ଭାବରେ ଖେଳାଇ ଦିଅନ୍ତୁ । ଏହାପରେ ତାହାକୁ ଫ୍ରିଜରରେ ରଖନ୍ତୁ । ଏହା ଭଲ ଭାବେ ସେଟ୍ ହୋଇଯିବା ପରେ ତାହାକୁ ଆପଣଙ୍କ ମନ ପସନ୍ଦର ଆକାରରେ କାଟନ୍ତୁ । ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ଆଳୁ ଟିକିଆଗୁଡ଼ିକୁ ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ଆଳୁ ଟିକିୟା । ଏହାକୁ ଆପଣ ୨-୩ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିପାରିବେ । ଖାଇବାବେଳେ ଅଳ୍ପ ତେଲରେ ଫ୍ରାଏ କରି ପରଷି ପାରିବେ ।

Leave a Reply

Your email address will not be published. Required fields are marked *