ରୋଷେଇ – ନୁଡୁଲ୍ସ୍ ପକୋଡ଼ି

ଆବଶ୍ୟକୀୟ ଜିନିଷ – ୧ କପ୍ ସିଝା ନୁଡୁଲ୍ସ, ୧ କପ୍ ବେସନ, ୨ ଟେବୁଲ୍ ସ୍ପୁନ୍ କର୍ଣ୍ଣଫ୍ଲୋର୍, ୨-୩ଟି କଟା ଛତୁ, କଟା ଲଙ୍କା (ସ୍ୱାଦ ଅନୁଯାୟୀ), ଖଣ୍ଡେ ଛୋଟ କଟା ଅଦା, ୨ ଟେବୁଲ୍ ସ୍ପୁନ୍ କଟା ଧନିଆ ପତ୍ର, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ନୁଡୁଲ୍ସ ପକାଇ ସିଝାଇ ଦିଅନ୍ତୁ । ଟିକେ ସିଝିଯିବା ପରେ ତାହାକୁ ଛାଣି ସେଥିରେ ୧ ଛୋଟ ଚାମଚ ତେଲ ପକାଇ ଗରମ ହେବାକୁ ଦିଅନ୍ତୁ । କିଛି ସମୟ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଆଉ ଟିକେ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ଆଣ ପ୍ରସ୍ତୁତ କରିବା ପାଇଁ ଗୋଟିଏ ବାଉଲରେ ବେସନ, କର୍ଣ୍ଣଫ୍ଲୋର୍, ଲୁଣ, କଟା ଲଙ୍କା, ଅଦା, ଛତୁ, ନୁଡୁଲ୍ସ ଓ ପାଣି ମିଶାଇ ଭଲ ଭାବେ ଫେଣ୍ଟିଦିଅନ୍ତୁ । ପକୋଡ଼ି କରିବା ସମୟରେ ଆଣ ଯେତିକି ବହଳିଆ ହୋଇଥାଏ, ସେହିଭଳି କରନ୍ତୁ । ଅଧିକ ପାଣି ଦିଅନ୍ତୁ ନାହିଁ । କରେଇରେ ତେଲ ଗରମ କରି ସେଥିରେ ଛୋଟ ଛୋଟ ଗୁଳା କରି ଏହାକୁ ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ପକୋଡ଼ି । ଏହାକୁ ଚିଲି ଓ ପୁଦିନା ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *