୯ ବୁଥରେ ଚାଲିଛି ସାନି ମତଦାନ

ଭୁବନେଶ୍ଵର, (ଓଟି): ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ବାତିଲ୍‌ ହୋଇଯାଇଥିବା ୯ଟି ବୁଥ୍‌ରେ ଆଜି ସାନି ମତଦାନ ଚାଲିଛି। ଏହି ସବୁ ବୁଥ୍‌ ଗୁଡ଼ିକ ହେଲା- ବଣାଇ ଆସନର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍‌, ସୁନ୍ଦରଗଡ଼ ଆସନର ୨୧୩ ନମ୍ବର ରଙ୍ଗାଢିପା ବୁଥ୍‌, ଦଶପଲ୍ଲାର ୨୧୦ ନମ୍ବର ବାହାଡ଼ଝୋଲା ବୁଥ୍ ଓ ୨୨୨ ନମ୍ବର ବେତନଟୀ ବୁଥ୍‌।

ସେହିପରି ଅତାବିରା ଆସନର ୨୩୫ ନମ୍ବର ଅରେଇଗୁଡ଼ି ବୁଥ୍, ବରଗଡ଼ର ୬୮ ନମ୍ବର ଶକ୍ତିନଗର ବୁଥ୍‌, ପଦମପୁରର ୧୬ ନମ୍ବର ଡଭା ବୁଥ୍, ବ୍ରଜରାଜନଗରର ୨୫୪ ନମ୍ବର ଚାରମାଳ ବୁଥ୍‌ ଏବଂ ସୋରଡ଼ାର ୧୮୨ ନମ୍ବର ରେଣ୍ଟି ବୁଥ୍‌।

ସାନି ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ କାରଣରୁ ଦ୍ୱିତୀୟ ପର୍ଯ୍ୟାୟରେ ଏହି ସବୁ ବୁଥ୍‌ରେ ନିର୍ବାଚନ ଠିକ୍‌ରେ ହୋଇପାରି ନଥିଲା।

Leave a Reply

Your email address will not be published.