#Rathyatra: ଜୋରଦାର ଚାଲିଛି ରଥ ନିର୍ମାଣ, ସ୍ଵତନ୍ତ୍ର ଆବାସରେ କାରିଗର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀରେ ତିନି ଦିଅଁଙ୍କ ରଥ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି। ୬ ଚକ ପ୍ରସ୍ତୁତ ହୋଇଛି। ଭଉଁରୀ ପୂର୍ବରୁ ଯେଉଁ ପ୍ରସ୍ତୁତି ହେବା କଥା ତାହା ଠିକଣା ସମୟରେ ଶେଷ ହେବ ବୋଲି ଆଶା ଜନ୍ମିଛି।

ବରିଷ୍ଠ ଦଇତା ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ରଥକାର୍ଯ୍ୟରେ ଯେଉଁ ୧୦-୧୨ ଦିନ ବିଳମ୍ବ ହୋଇଥିଲା ତାହାକୁ କାରିଗରମାନେ ନିଜର ଲଗାତାର ଉଦ୍ୟମ ଓ କଠୋର ଶ୍ରମ ଦ୍ଵାରା ପୂରଣ କରିପାରିଛନ୍ତି। ଏବେ ଠିକଣା ସମୟରେ ରଥ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଇପାରିବ। ପ୍ରଭୁଙ୍କ ରଥଯାତ୍ରାରେ କିଛି ବି ଅସୁବିଧା ହେବ ନାହିଁ।

ଆଜିଠାରୁ ରଥ ନିର୍ମାଣରେ ନିୟୋ ଜିତ କାରିଗରଙ୍କୁ ଘରକୁ ଯିବାକୁ ବାରଣ କରାଯାଇଛି। ସେମାନଙ୍କ ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ରହିବା ଓ ଖାଇବା ବନ୍ଦୋବସ୍ତ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ଵାରା ପରିଚାଳିତ ତିନୋଟି ଭକ୍ତ ନିବାସରେ କାରିଗରଙ୍କ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୦୦ରୁ ଅଧିକ କାରିଗର ସେଠାରେ ରହିବା ଆରମ୍ଭ କରିଛନ୍ତି।

ମହାମାରୀ କରୋନା ଯେପରି ନବ୍ୟାପିବ ସେଥିଲାଗି ବ୍ୟବସ୍ଥା ହୋଇଛି। ଗାରିଗର, ଚିତ୍ରକରଙ୍କ ନିୟମିତ ଭାବେ ଥର୍ମାଲ୍‌ ସ୍କନିଂ କରାଯାଉଛି।  ସମସ୍ତ କୋଭିଡ୍‌-୧୯ ନିୟମାବଳୀକୁ ପାଳନ କରି କାର୍ଯ୍ୟ କରୁଛନ୍ତି। ରଥ ନିର୍ମାଣ ସ୍ଥଳୀକୁ କାହାକୁ ଯିବାର ଅନୁମତି ନାହିଁ। କାର୍ଯ୍ୟ କରୁଥିବା ନିର୍ମାଣକାରୀ ହିଁ ସେଠାକୁ ଯାଉଛନ୍ତି। ସବୁ କାରିଗର ମାସ୍କ ପିନ୍ଧି ସଚେତନତାର ସହ କାର୍ଯ୍ୟକରୁଛନ୍ତି।

ସକାଳ ୮ଟାରୁ କାରିଗରମାନେ କାର୍ଯ୍ୟରେ ଯୋଗ ଦେଉଛନ୍ତି। ରାତି ୧୦ଟା ଯାଏ ସେମାନେ କାର୍ଯ୍ୟ କରୁଛନ୍ତି। ସେମରନେ ଦୁଇଟି ସିଫ୍ଟରେ କାର୍ଯ୍ୟ କରୁଥିବା ଦର୍ଶାଯାଇଛି।

 

Leave a Reply

Your email address will not be published.