ରଥଯାତ୍ରାକୁ ଅନୁମତି
ଜଗାର ଲୀଳା । ତାକୁ ବୁଝିବା ବହୁତ କଷ୍ଟକର । ଗତ ୧୮ ତାରିଖରେ ଯେଉଁ ସୁପ୍ରିମକୋର୍ଟ ଜଗାର ରଥଯାତ୍ରାକୁ ସ୍ଥଗିଥ କରିଥିଲେ ସେହି ସୁପ୍ରିମକୋର୍ଟ ଆଜି ପୁଣି ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ସର୍ବୋଚ୍ଚ ଅଦାଲତର ଏହି ନିଷ୍ପତ୍ତି ବିରୋଧରେ ଅନେକ ପୁନର୍ବିଚାର ଆବେଦନ କରାଯାଇଥିଲା ଏବଂ ଏହାର ପୂର୍ବ ଆଦେଶକୁ କୋର୍ଟ ପରିବର୍ତ୍ତନ କରିଛନ୍ତି । ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ନେତୃତ୍ୱରେ ୩ ଜଣ ବିଚାରପତିଙ୍କ ଏକ ବେଞ୍ଚ ଏହାର ଶୁଣାଣି କରି କୋର୍ଟର ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରିଥିଲେ । ଏହି ସମୟରେ କୋର୍ଟରେ ରାଜ୍ୟ ଓ କେନ୍ଦ୍ର ସରକାର ରଥଯାତ୍ରାକୁ ସମର୍ଥନ କରିଛନ୍ତି।