ସ୍ଥଗିତ ନିଷ୍ପତି ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥକାର୍ଯ୍ୟ ସ୍ଵଭାବିକ ଭାବେ ଚାଲୁ ରହିବ। ଅମ୍ପନ ମହାବାତ୍ୟା ପାଇଁ ପୂର୍ବରୁ ରଥକାମକୁ ୨ ଦିନ ଲାଗି ଅସ୍ଥା୍ରୀ ଭାବେ ସ୍ଥଗିତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାହାକୁ ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି।

ଅମ୍ପନ ପ୍ରଭାବରେ ପୁରୀରେ ଆକାଶ ମେଘୁଆ ରହିଛି । ମେଘୁଆ ପାଗ ସତ୍ତ୍ୱେ ଆଜି ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା । ପାଗକୁ ଦେଖି ଗତକାଲି ରଥକାମ ବନ୍ଦ ରହିଥିଲା । କିନ୍ତୁ ବାତ୍ୟାର ପ୍ରଭାବ ସେତେଟା ନଥିବାରୁ ସ୍ୱାଭାବିକ ଭାବେ ସକାଳୁ କାମ ଚାଲିଛି ।

୪୨ଟି ତୁମ୍ବର ବିନ୍ଧ କାମ ଶେଷ ହୋଇଛି ନନ୍ଦିଘୋଷର ୯ଟି, ବଳଭଦ୍ରଙ୍କ ରଥର ୮ଟି ଏବଂ ଦେବୀ ସୁଭଦ୍ରାଙ୍କ ରଥର ୭ଟି ଚକ କାର୍ୟ୍ୟ ଏଯାଏଁ ସମ୍ପନ୍ନ ହୋଇ ଥିବା ଜଣାପଡିଛି ।  ରଥ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

Leave a Reply

Your email address will not be published.