ଆଜି ଫେବୃୟାରୀ ୨୩ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ

ଆଜି ମୁଖ୍ୟତଃ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ, କିନ୍ତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।
ଚାଷୀ- ଶ୍ରମ ସାର୍ଥକ ହେବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- କରତ୍‌କର୍ମା ହେବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ବୃଷ

ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ସାହାର୍ଯ୍ୟ ପାଇବେ ଯାହା ଆପଣ ଆଦୌ କଳ୍ପନା କରି ନ ଥିବେ । ପର କଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ମିଥୁନ

ଆଜି ସକାଳର ଯାତ୍ରା ପ୍ରତୀପ୍ରଦ ରହିବ । ବନ୍ଧୁଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ଅନୁଭବ କରିବେ । କାମରେ କିଛିଟା ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ଧାର୍ମିକ ହେବେ ।

କର୍କଟ

ଅଯାଚିତ ଭାବେ ବନ୍ଧୁଙ୍କ ସାହାର୍ଯ୍ୟ ଓ ସହ-ଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ସିଂହ

ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍ ହୋଇଯିବ । ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୫ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଧାର୍ମିକ ହେବେ ।

କନ୍ୟା

ଆଜି ସକାଲୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଶୁଭଫଳ ପାଇବେ । ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ତୁଳା

ପରିବାର ଭିତରେ କେତେକ ଅକୁହା କଥା ମନକୁ ବାରମ୍ବାର ଆଲୋଡିତ କରିପାରେ । ନିଜ ଲୋକଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ସୁଖଭାରା ଦିନଟି ।

ବିଛା

କେତେକ ପାରିବାରିକ ସମସ୍ୟା ହେତୁ ମନଟା ଚହଲି ଯାଇପାରେ । କର୍ମକ୍ଷେତ୍ରରେ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶୁଭ ଅଙ୍କ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ଧନୁ

ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମକର

ଆଜି ବନ୍ଧୁମାନଙ୍କ ଦ୍ୱାରା ରାଜକୀୟ ସମ୍ମାନ ପାଇବେ । ଆଜିର ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହୋଇପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ସୁଖୀ ହେବେ ।

କୁମ୍ଭ

ସମ୍ପୂର୍ଣ୍ଣ ଭାବେ ସନ୍ତୋଷ ସିନା ଆସିବ ନାହିଁ, ମାତ୍ର ମନ ଏକପ୍ରକାର ଖୁସି ରହିବ । ଆଜିର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମୀନ

ସର୍ବଦା ବାସ୍ତବବାଦୀ ଚିନ୍ତାଧାରା ଓ ନିଜେ ଭଲ ନୀତିରେ ଚଳିବା କାରଣରୁ ସମାଲୋଚିତ ହେବେ । ଇଚ୍ଛା ନ ଥାଇ ଦୂର ସ୍ଥାନ ଯିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

 

Leave a Reply

Your email address will not be published. Required fields are marked *