ଆଜି ଅଗଷ୍ଟ ୦୩ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି
ମେଷ
ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍ସନ ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୁଖୀ ହେବେ ।
ବୃଷ
ସ୍ୱଗୃହୀ ଶୁକ୍ର ପ୍ରଭାବରେ ଆରୋଗ୍ୟଲାଭ କରିବେ ଏବଂ ବନ୍ଧୁଙ୍କ ପରାମର୍ଶରୁ ଆଶ୍ୱସ୍ତି ଲାଭ କରିପାରନ୍ତି । ଶିଳ୍ପ,ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁସମ୍ପର୍କରେ ଉନ୍ନତି ଘଟିବ ଏବଂ ଫଳପ୍ରଦ ଆଲୋଚନା ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।
ଚାଷୀ- ଅଧିକା ପାଣି ଜମିରେ ରହିଲେ, ଫସଲ ନଷ୍ଟ କରିପାରେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ମିଥୁନ
ରାଶିରେ ବଳବାନ୍ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ । ନିର୍ମାଣାଧୀନ କାମ ଓ ଅନୁ ।ନିକ କାମରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧାର୍ମିକ ହେବେ ।
କର୍କଟ
ଚନ୍ଦ୍ର ଏବଂ ମଙ୍ଗଳଙ୍କ ଉଚ୍ଚାବସ୍ଥାନ ଆପଣଙ୍କ କାର୍ଯ୍ୟ ସିଦ୍ଧି, ଆର୍ଥିକ ଉନ୍ନତି ସହ ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ । ଅତୀତର ଘଟଣା ଗୁଡିକର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ସିଂହ
ସାମାନ୍ୟ ଅସ୍ଥିରତା ଲାଗି ରହିଲେ ମଧ୍ୟ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ । ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍ ବିଚାର କରିପାରନ୍ତି । ସାମାଜିକ ସ୍ତରରେ କୌଣସି ନୂତନ ଦାୟିତ୍ୱ ହାତକୁ ନେବକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ସୁଖଭାରା ଦିନଟି ।
କନ୍ୟା
ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି, ଆଜି ସେଥିରୁ ଅନେକାଂଶରେ ହାଲୁକା ଅନୁଭବ କରିବେ । ଅଫିସରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍ ପ୍ରକାଶ କରିବା ଠିକ୍ ହେବ ନାହିଁ । ପରିବହନ ସମସ୍ୟାରେ ଜନିତ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ଗୃହିଣୀ- ସ୍ୱାଭିମାନୀ ହେବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଉତ୍ତମ ଫଳ ପାଇବେ ।
ତୁଳା
ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ଆଲୋଡନ ଅସ୍ଥିରତାର କାରଣ ହୋଇପାରେ । ବନ୍ଧୁମାନଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।
ବିଛା
ପାପଗ୍ରହଯୁକ୍ତ ତୃତୀୟଭାବ ପ୍ରଭାବରେ ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍ ରହିଲେ କ୍ଷତିରେ ପଡିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁରୋଧରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- କରତ୍କର୍ମା ହେବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।
ଧନୁ
ପାଖ ପଡୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନର ବଳ ଖୁବ୍ ଟାଣ ରହିବ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାର୍ଯ୍ୟ କରିପାରନ୍ତି । ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ହେବାର ସୂଚନା ରହିଛି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।
ମକର
ପାରିବେଶିକ ଅସ୍ଥିରତା କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । ବାହାର ସ୍ଥାନରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନଚେତ ଅଦଳବଦଳ ହୋଇଯାଇପାରେ । ବନ୍ଧୁଙ୍କ ସାହାର୍ଯ୍ୟ ସହ-ଯୋଗ ଲୋଡିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ସଦ୍ବ୍ୟବହାର କରନ୍ତୁ ।
ଗୃହିଣୀ- ମିତ୍ର ସୁଖ ପାଇବେ ।
କୁମ୍ଭ
ଆଜି ଯେଉଁ କାମରେ ବାହାରିବେ ସେଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିପାରେ । ସମସ୍ୟାକୁ ସୁଧାରି ନେବା ସକାଶେ ପରିବାରର ବ୍ୟକ୍ତିବିଶେଷଙ୍କ ସମର୍ଥନ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ସୁଖୀ ହେବେ ।
ମୀନ
ଉଚ୍ଚାରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହାର୍ଯ୍ୟ ଲାଭକରି କେତେକାଂଶରେ ଖୁସି ରହିବେ । ଆରମ୍ଭ କରିଥିବା କାମଟିକୁ ଶେଷ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଧାର୍ମିକ ହେବେ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।











