ଆଜି ଡିସେମ୍ବର ୦୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ

ଆଜି ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ । ଭାଇ, ବନ୍ଧୁ ତଥା ପଡୋଶୀମାନଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟା କଲେ ସୁଫଳ ମିଳିପାରିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ

ହସଖୁସିରେ ବନ୍ଧୁ ଓ ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ । ପରିବାରରେ ବିଭିନ୍ନ ବ୍ୟୟ ବରାଦର ଭରଣା କରିବା ସକାଶେ ବ୍ୟସ୍ତତା ବଢିଯାଇପାରେ । ମହିଳାଙ୍କ ମନୋରଞ୍ଜନରେ ରୁଚି ବଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ

ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇବେ । ମାତ୍ର ଆକସ୍ମିକ ଭାବରେ ବ୍ୟୟ ବୃଦ୍ଧି ଯୋଗୁଁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କର୍କଟ

ଅଧିକାଂଶ ସମୟ ତର୍କ ବିତର୍କ କାରଣରୁ କର୍ମକ୍ଷେତ୍ରରେ ଅଶାନ୍ତ ରହିବେ । ସଭାସମିତି କିମ୍ବା ଅଫିସରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ସୁଖୀ ହେବେ ।

ସିଂହ

ପରିସ୍ଥିତିରେ ପଡି ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ । ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।

କନ୍ୟା

ପାରିବାରିକ ସମସ୍ୟା ନେଇ ମନରେ ଭାବପ୍ରବଣତା ସୃଷ୍ଟି ହେବ । ବାକ୍ ଅସଞ୍ଜମତା ଯୋଗୁଁ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ନିୟମରେ କାମ କରି ସମାଲୋଚିତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ତୁଳା

ନୂତନ ପରିବେଶ ଓ ପାରପାଶ୍ୱିର୍କ ସ୍ଥିତିର ପରିବର୍ତ୍ତନ ମନକୁ ସାମୟିକ ସରସ ସୁନ୍ଦର କରିବ । ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ଧୂସର । ଶୁଭ ୪ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।
କର୍ମଜୀବି- କରତ୍‌କର୍ମା ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ବିଛା

ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ ଓ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିଯିବ । ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ଧନୁ

ପୂର୍ବ ସମସ୍ୟା ଦୂରେଇ ଯାଇ ଥିବାରୁ ମନ ଏକପ୍ରକାର ହାଲୁକା ରହିବ । କିନ୍ତୁ କେତେକ ଘଟଣାରେ ଠିକ୍ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖଭାରା ଦିନଟି ।

ମକର

ସତର୍କତାର ସହ କାମ ନ କଲେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ୍‌ାଇ ବନ୍ଧୁଦ୍ୱାରକୁ ଗମନ କରିବେ । ମହିଳାମାନେ ନିଜ ଲୋକଙ୍କ ଠାରୁ ସମ୍ପର୍କ ହରାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କୁମ୍ଭ

ପ୍ରାତଃ ଭ୍ରମଣ ସକାଶେ ମନ ବଳାଇ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଦୀର୍ଘ ସମୟରୁ ପ୍ରତୀକ୍ଷା କରି ପରିଶେଷରେ ପଡୋଶୀଙ୍କ ଠାରୁ ଶୁଭ ଖବର ପାଇ ଖୁସି ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ

ନିୟମାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୮ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

Leave a Reply

Your email address will not be published. Required fields are marked *