#କରୋନାରେ ମୃତକ ପାଇଁ ରଶ୍ମୀ ଦେଶାଇଙ୍କ ଦୁଃଖ
ମୁମ୍ବାଇ (ଓଟି): ମହାମହାରୀ କରୋନାରେ ଜଣଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ରଶ୍ମୀ ଦେଶାଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏଭଳି ଦୁଃଖ ଆଉ କୌଣସି ପରିବାରକୁ ନଆସୁ ବୋଲି ପ୍ରାର୍ଥନା କରିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ଥିଲେ ରଶ୍ମୀଙ୍କ ବଡ଼ ପ୍ରଶଂସକ ଏବଂ ଟ୍ୱିଟରରେ ଫଲୋର୍। ଏପରିକି ରଶ୍ମୀଙ୍କ ପାଇଁ ହିଁ ସେ ଟ୍ୱିଟରକୁ ଆସୁଥିବା ଦର୍ଶାଇ ଶେଷଥର ପାଇଁ ଟ୍ୱିଟ୍ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ସମ୍ପୃକ୍ତ ପ୍ରଶଂସକ ଜଣଙ୍କ ମୃତ୍ୟୁ ପୂର୍ବରୁ ରଶ୍ମୀଙ୍କୁ ଟ୍ୱିଟ ଜରିଆରେ ନିଜ ମନକଥା ପ୍ରକାଶ କରିଥିଲେ। ତେବେ ପ୍ରଶଂସକଙ୍କ ବିୟୋଗ ହୋଇଥିବା ଜାଣିବା ପରେ ରଶ୍ମୀ ଖୁବ୍ ଦୁଃଖ କଲେ। ଏଥିସହ ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରଶ୍ମୀ କହିଛନ୍ତି ଯେ- ଜୀବନର କିଛି ଭରସା ନାହିଁ; ମୋର ଏହି ପ୍ରଶଂସକ ପାଇଁ ବହୁତ ସ୍ନେହ ସମ୍ମାନ ଏବଂ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରୁଛି। ଏଥିସହ ସେ ମୃତ ପ୍ରଶଂସକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।