କିଭଳି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି କନ୍ୟାରାଶିର ବ୍ୟକ୍ତିମାନେ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜାତକରେ ଥିବା ୧୨ଟି ରାଶି ଅନୁଯାୟୀ ବ୍ୟକ୍ତିମାନଙ୍କ ସ୍ୱଭାବ ଭିନ୍ନ ହୋଇଥାଏ । ରାଶିଚକ୍ର ଆଧାରରେ ବ୍ୟକ୍ତିତ୍ୱ, ଭବିଷ୍ୟତ, ସଫଳତା ଓ ବିଫଳତା ଗଣନା କରି ଜ୍ୟୋତିଷମାନେ କହିଥାନ୍ତି ।
ତେବେ ଆସନ୍ତୁ ଜାଣିବା କନ୍ୟା ରାଶିର ବ୍ୟକ୍ତିତ୍ୱ, ସଫଳତା ଓ ବିଫଳତା ସମ୍ପର୍କରେ କିଛି ତଥ୍ୟ –
୧- କନ୍ୟାରାଶିର ବ୍ୟକ୍ତିମାନେ ଖୁବ୍ ପ୍ରକୃତି ପ୍ରିୟ । ନ୍ୟାୟ ଧର୍ମ ଉପରେ ସେମାନଙ୍କର ଦୃଢ ବିଶ୍ୱାସ ରହିଥାଏ । ଭକ୍ତିର ସହ ପୂଜାପାଠ କରିବା କ୍ଷେତ୍ରରେ ସେମାନେ ସବୁବେଳେ ଆଗ୍ରହୀ ।
୨- ଏହି ରାଶିର ବ୍ୟକ୍ତିମାନେ ଧନଲାଭ, ଭୂସମ୍ପତି କ୍ରୟ, ବ୍ୟବସାୟ, ଚାକିରୀ ଓ ଗୃହ ନିର୍ମାଣ କ୍ଷେତ୍ରରେ ଅପାର ସଫଳତା ହାସଲ କରିଥାନ୍ତି । ଜନ ହିତକର କାର୍ଯ୍ୟ ବା ସମାଜସେବା କରିବା ପାଇଁ ସେମାନେ ତତ୍ପର ରହିଥାନ୍ତି ।
୩- ଅନେକ କ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସେମାନଙ୍କୁ ଅଧିକାଂଶ ନିନ୍ଦା ହିଁ ସହିବାକୁ ପଡ଼ିଥାଏ ।
୪- କନ୍ୟା ରାଶିର ସ୍ୱାମୀ ବୁଧ ହୋଇଥିବାରୁ ସେମାନେ ଖୁବ୍ ଚତୁର ଓ ମିଷ୍ଟଭାଷୀ । ସବୁଜ, ଘିଅ ଓ ଧଳା ରଙ୍ଗ ସେମାନଙ୍କ ପାଇଁ ଶୁଭ ଅଟେ ଏବଂ ଶୁଭ ସଂଖ୍ୟା ହେଉଛି ୩ ଓ ୫ । ଶୁଭ ଦିଗ ହେଉଛି ଦକ୍ଷିଣ ଦିଗ ।
୫- କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ସ୍ନାୟୁଜନିତ ରୋଗ ଅଧିକ ହେବାର ଆଶଙ୍କା ଥାଏ । ଆଖି ରୋଗ, ଚର୍ମ ରୋଗ ଓ ଲିଭର୍ ଜନିତ ରୋଗ ନହେବା ପାଇଁ ସେମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ।
୬- କନ୍ୟା ରାଶିର ବ୍ୟକ୍ତିଙ୍କ ଶୁଭବାର ହେଉଛି ବୁଧବାର ଓ ଘାତବାର ହେଉଛି ଶନିବାର । ଏହି ରାଶିର ବ୍ୟକ୍ତିମାନେ ବୃଷ, ସିଂହ ଓ ତୁଳା ରାଶିର ବ୍ୟକ୍ତିଙ୍କ ସହିତ ମିତ୍ରତା କଲେ ଲାଭ ମିଳିଥାଏ ।