ବିବାହ ପରେ ବଦଳିଗଲେ ରଣବୀର୍ ଭାଇ, ଜାଣନ୍ତୁ ପୁରା ମାମଲା
ଆଜିକାଲି ମିସେସ୍ ସିଂ ‘ଛପାକ୍’କୁ ନେଇ ଚର୍ଚ୍ଚାରେ ଥିଲାବେଳେ ମିଷ୍ଟର୍ ରଣବୀର୍ ସିଂ ତାଙ୍କର ନିଆରା ଫ୍ୟାଶନ୍ ଷ୍ଟାଇଲକୁ ନେଇ ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି । ନିକଟରେ ରଣବୀର୍ ବ୍ଲୁ ଓ ହ୍ୱାଇଟ୍ କମ୍ବିନେନର ଡ୍ରେସ୍ ପିନ୍ଧି ପୋଜ୍ ଦେବା ସହ ସେହି ଫଟୋରେ ନିଜ ପାଇଁ ଏକ ମଜାଳିଆ କ୍ୟାପସନ୍ ଲେଖିଥିଲେ – ‘ଟଏଲେଟ୍ ବୋତଲ ନା ରଣବୀର୍’ । ସେହି ଫଟୋ ପାଇଁ ରଣବୀରଙ୍କୁ ଟ୍ରୋଲ୍ର ଶିକାର ହେବାକୁ ପଡ଼ିଥିଲେ ମଧ୍ୟ ସୋସିଆଲ୍ ମିଡିଆରେ ତାହା ଖୁବ୍ ପସନ୍ଦ ହୋଇଥିଲା । କିନ୍ତୁ ଏବେ ରଣବୀରଙ୍କ ଆଉ ଏକ ଦମ୍ଦାର୍ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ରଣବୀର୍ କଳା ଓ ଲାଲ୍ ରଙ୍ଗର ଏକ ଫ୍ଲୋରାଲ୍ ହୁଡିଜ୍ ପିନ୍ଧିଛନ୍ତି । ରଣବୀରଙ୍କର ଏହି କୁଲ୍ ଲୁକ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଏହାକୁ ନେଇ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ୍ ଲେଖିଛନ୍ତି ।
ରଣବୀରଙ୍କର ଏହି ଲୁକ୍ ପାଇଁ କିଏ କଡ଼କ୍, କିଏ ଦମଦାର୍ ଓ ଆଉ କିଏ କୁଲ୍ କହୁଥିବାବେଳେ ଜଣେ ପ୍ରଶଂସକ ଲେଖିଛନ୍ତି ଯେ – ବାହାଘର ପରେ ରଣବୀର୍ ଭାଇଙ୍କ ଷ୍ଟାଇଲ୍ ଓ ଅନ୍ଦାଜ୍ ବଦଳିଯାଇଛି । ରଣବୀର୍ ଭାଇ ବହୁତ ବଦଳି ଯାଇଛନ୍ତି । ରଣବୀରଙ୍କ ଆଗାମୀ ଫିଲ୍ମ ‘୮୩’ରେ ସେ କ୍ରିକେଟ୍ ତାରକା କପିଲ୍ ଦେବଙ୍କ ଭୂମିକାରେ ପରଦା ଉପରକୁ ଆସିବେ ଏବଂ ସେଥିପାଇଁ ଏବେ ସେ କ୍ରିକେଟ୍ ପ୍ରାକ୍ଟିସ୍ କରୁଛନ୍ତି ।