ଏକାଭଳି ଆଉଟଫିଟରେ ରାଣୀ-ରଣବୀର୍, ଜାଣନ୍ତୁ କାହାକୁ ମିଳିଲା ଅଧିକ ଲାଇକ୍

ପ୍ରାୟ ସବୁବେଳେ ରଣବୀର୍ ସିଂ ତାଙ୍କର ଆଉଟଫିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏହି ଧାରାରେ ଏବେ ପୁଣିଥରେ ରଣବୀର୍ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ କୌଣସି ନୂଆ ଆଉଟଫିଟ୍ ପାଇଁ ନୁହେଁ, ବରଂ ତାଙ୍କର ଏକ ପୁରୁଣା ଫଟୋ ଏବେ ପୁଣିଥରେ ଚର୍ଚ୍ଚାର କାରଣ ପାଲଟିଛି । ତେବେ ଖବରଟି ହେଉଛି ରଣବୀର ଏକ ଫଟୋରେ ଫ୍ଲୋରାଲ୍ ପ୍ରିଣ୍ଟର ଏକ କୂର୍ତ୍ତା ସହିତ ପାଇଜାମା ଓ ଜ୍ୟାକେଟ୍ କ୍ୟାରି କରିଥିଲେ ।

ଅବିକଳ ସେହି ପ୍ରିଣ୍ଟ ର ଗୋଟିଏ କୂର୍ତ୍ତା ଏବେ ରାଣୀ ମଧ୍ୟ ପିନ୍ଧିଥିବାର ନଜର ଆସିଛି । ‘ମର୍ଦ୍ଦାନୀ୨’ର ପ୍ରମୋସନ୍ ପାର୍ଟିରେ ବ୍ୟସ୍ତ ରାଣୀଙ୍କୁ ଏହି କୂର୍ତ୍ତାରେ ଦେଖିବାକୁ ମିଳିଥିଲା । ରାଣୀ କୂର୍ତ୍ତା ପାଇଜାମା ସହିତ ଦୁପଟ୍ଟା କ୍ୟାରି କରିଥିବାବେଳେ ରଣବୀର୍ କୂର୍ତ୍ତା ପାଇଜାମା ସହିତ ଜ୍ୟାକେଟ୍ ପିନ୍ଧିଥିଲେ । ତେବେ ଅବିକଳ ଗୋଟିଏ ଭଳି ପ୍ରିଣ୍ଟ ଓ ଆଉଟଫିଟରେ ପ୍ରଶଂସକ ତାରକାଦ୍ୱୟଙ୍କୁ ବେଶ୍ ଲାଇକ୍ କରିଛନ୍ତି । କିନ୍ତୁ ଅଜବଗଜବ ଆଉଟଫିଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ରଣବୀରଙ୍କୁ ରାଣୀଙ୍କଠାରୁ ଅଧିକ ଲାଇକ୍ ମିଳିଛି ବୋଲି ଖବର ଆସିଛି ।

Leave a Reply

Your email address will not be published. Required fields are marked *