ଡିସେମ୍ବରରେ ଆସିବେ ଶିବାନୀ ଶିବାଜୀ ରୟ

ଅନେକ ଦିନ ହେଲା ଦର୍ଶକଙ୍କ ହୃଦୟର ରାଣୀ ରାଣୀ ରାଣୀ ମୁଖାର୍ଜି ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ମର୍ଦ୍ଦାନୀ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଥିରେ ରାଣୀ ଦମଦାର୍ ପୁଲିସ୍ ଅଫିସର୍ ଶିବାନୀ ଶିବାଜୀ ରୟ ଭୂମିକାରେ ପରଦା ଉପରକୁ ଆସିବେ । ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଯେ ଫିଲ୍ମର ସୁଟିଂ ସରିଯାଇଛି ଏବଂ ଫିଲ୍ମଟିମ୍ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ଏହା ଆସନ୍ତା ଡିସେମ୍ବର ୧୩ ତାରିଖରେ ଏହା ଫ୍ଲୋରକୁ ଆସିବ । ୟଶରାଜ୍ ଫିଲ୍ମ ପକ୍ଷରୁ ରାଣୀଙ୍କ ଫାଷ୍ଟଲୁକ୍ ସୋସିଆଲ୍ ମିଡିଆରେ ରିଲିଲ୍ କରାଯାଇଛି । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶକ ଓ କାହାଣୀ ଚରନାକାର ହେଉଛନ୍ତି ଗୋପୀ ପୁଥରନ୍ ।

ଏହାର କାହାଣୀ ଅନୁଯାୟୀ ୨୧ବର୍ଷୀୟା ମହିଳା ସିନିୟର୍ ଇନ୍ସପେକ୍ଟର୍ ଶିବାନୀ କ୍ରିମିନାଲଙ୍କ ଦୃଢ ମୁକାବିଲା କରୁଥିବାର ଦର୍ଶକ ଦେଖିବାକୁ ପାଇବେ । ରାଣୀ ଏକ ର‌୍ୟାକେଟ୍ର ପର୍ଦ୍ଦାଫାସ୍ କରିବା ଏବଂ ର‌୍ୟାକେଟରେ ସମ୍ପୃକ୍ତ ଥିବା କ୍ରିମିନାଲଙ୍କୁ ଆରେଷ୍ଟ କରିବା ଭିତରେ ଥିବା ଅନେକ ଆକ୍ସନ୍ ଦୃଶ୍ୟରେ ରାଣୀଙ୍କୁ ଦେଖିବାକୁ ମିଳିବ । ନିକଟରେ ରାଣୀଙ୍କ ଫିଲ୍ମ ‘ହିଚକି’ ଜିଫୋନି ଆୱାର୍ଡ଼ରେ ସମ୍ମାନିତ ହୋଇଥିଲା । ଆଗାମୀ ଦିନରେ ସଲମାନ୍ ଖାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ୩’ରେ ମଧ୍ୟ ରାଣୀଙ୍କୁ ଦେଖିବାକୁ ମିଳିବ । ‘ଦବଙ୍ଗ୩’ ଡିସେମ୍ବର ୨୦ ତାରିଖରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *