ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବେ ରାଣୀ ମୁଖାର୍ଜି
ରାଣୀ ତାଙ୍କର ଆଗାମୀ ଫିଲ୍ମ ‘ମର୍ଦ୍ଦାନୀ୨’ ପାଇଁ ଆଜିକାଲି ଚର୍ଚ୍ଚାରେ ରହିଥିବାବେଳେ ଏବେ ଆଉ ଏକ ଖବର ଶୁଣିବାକୁ ମିଳୁଛି । ଅଭିନୟ ଦୁନିଆରେ ନିଜ ଦକ୍ଷତାର ପ୍ରମାଣ ଦେବା ପରେ ରାଣୀ ଆଗାମୀ ଦିନରେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇବେ ବୋଲି ଖବର ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ରାଣୀ ଆଗାମୀ ୨୦୨୦ରେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ଏବେଠାରୁ ଗୋଟିଏ ଭଲ କାହାଣୀର ସନ୍ଧାନ ଜାରି ରଖିଛନ୍ତି । କିନ୍ତୁ ରାଣୀଙ୍କ ପକ୍ଷରୁ ଏହି ଖବରରେ ମୋହର ଲାଗିନାହିଁ । ସବୁକିଛି ଠିକ୍ ନହେବା ପର୍ଯ୍ୟନ୍ତ ବୋଧହୁଏ ରାଣୀ ଏ ସମ୍ପର୍କରେ କାହାକୁ କିଛି କହିବାକୁ ଚାହୁଁନଥିବେ ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି । ତେବେ ଏ ସମ୍ପର୍କରେ ଆଗାମୀ ଦିନରେ ନିଶ୍ଚୟ ଖବର ଜଣାପଡ଼ିବ ।
‘ମର୍ଦ୍ଦନୀ୨’ର ସୁଟିଂରେ ବ୍ୟସ୍ତ ଥିବା ରାଣୀ କହିଛନ୍ତି ଯେ ‘ମର୍ଦ୍ଦନୀ’ର କାହାଣୀ ମୋର ହୃଦୟକୁ ଛୁଇଁ ପାରିଥିଲା । ଦର୍ଶକ ମଧ୍ୟ ଏହାକୁ ଖୁବ୍ ପସନ୍ଦ କରିଥିଲେ । ଦର୍ଶକଙ୍କ ଅନୁରୋଧ କ୍ରମେ ଏହାର ଦ୍ୱତୀୟ ଭାଗ ନିର୍ମାଣ କରାଯାଉଛି । ତେଣୁ ‘ମର୍ଦ୍ଦନୀ୨’ର କାହାଣୀ ମଧ୍ୟ ଦର୍ଶକଙ୍କୁ ନିଶ୍ଚିତ ଭାବେ ଆକୃଷ୍ଟ କରିବ ବୋଲି ମୋର ଆଶା’ ।