ଅଯୋଧ୍ୟା ବିବାଦ: ରାମଙ୍କୁ ମିଳିଲା ଜମି, ମସ୍‌ଜିଦ୍‌ ପାଇଁ ସରକାର ଦେବେ ୫ ଏକର

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ବିବାଦର ସମାଧାନ କରିଛନ୍ତି ସୁପ୍ରିମ୍‌ କୋର୍ଟ। ପ୍ରମୁଖ ବିଚାପତିଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ବିବାଦୀୟ ଜମିକୁ ରାମଲାଲାଙ୍କୁ ହସ୍ତାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି। ଏଥିଲାଗି ଏକ ଟ୍ରଷ୍ଟ ଗଠନ କରାଯିବ। ସେହିପରି ବାବ୍ରୀ ମସ୍‌ଜିଦ୍‌ ପାଇଁ ଅଯୋଧ୍ୟା ଅନ୍ୟ କୌଣସି ସ୍ଥାନରେ ୫ ଏକର ସ୍ଥାନ ନିରୁପଣ କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। 

ଏହି ନିର୍ଦେଶ ପରେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିବେ। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ କରିବେ। ଏହି ଟ୍ରଷ୍ଟର ରୂପରେଖ ୩ ମାସ ଭିତରେ ସରକାର ସ୍ଥିର କରିବେ। ଏହି ଟ୍ରଷ୍ଟ ଅଧୀନରେ ୨.୭୭ ଏକର ବିବାଦୀୟ ଜମି ରହିବ। ଯାହା ଉପରେ ରାମ ମନ୍ଦିର ନିର୍ମାଣ ହେବ। 

ପ୍ରଥମଥର ପାଇଁ ଖଣ୍ଡପୀଠଙ୍କ ସମସ୍ତ ବିଚାପତି ଏହି ରାୟରେ ଏକମତ ହୋଇଛନ୍ତି। ଏହା ପୂର୍ବରୁ ସମସ୍ତ ରାୟରେ ବିଭାଜିତ ମନ୍ତବ୍ୟ ରହିଥିଲା। ଫଳରେ ୧୯୯୨ ମସିହାରୁ ଚାଲିଥିବା ଏହି ବିବାଦ ସମାଧାନ ଆଡ଼କୁ ମୁହାଁଇଛି ବୋଲି ଆଶଶ ଜନ୍ମିଛି। ଏହି ବିଚାର ଧର୍ମ ଓ ବିଶ୍ଵସ ନୁହେଁ ବରଂ ସାମ୍ବିଧାନିକ ବ୍ୟବସ୍ଥା ଉପରେ ଆଧାରିତ ବୋଲି ବିଚାରକମଣ୍ଡଳୀ ସ୍ପଷ୍ଟ କରିଛନ୍ତି। 

ସୁପ୍ରିମ୍‌କୋର୍ଟ କହିଛନ୍ତି, ମସ୍‌ଜିଦ୍‌ ଏକ ପ୍ରମୁଖ ସ୍ଥାନରେ ନିର୍ମାଣ ହେବ। ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ହେବ, ଯେଉଁଠାରେ ହିନ୍ଦୁଙ୍କ ଧାରଣା ରହିଛଇ ଯେ, ରାମ ଜନ୍ମ ହୋଇଥିଲେ। 

ଏହି ପାଞ୍ଚ ଜଣିଆ ଖଣ୍ଡପୀଠକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନେତୃତ୍ଵ ନେଉଥିଲେ। ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡ଼େ, ଡିୱାଇ ଚନ୍ଦ୍ରଚୁଡ଼, ଅଶୋକ ଭୂଷଣ ଏବଂ ଏସ୍‌ ଅବ୍‌ଦଚଲ୍‌ ନଜୀର। ଏହି ସମସ୍ତ ସଦସ୍ୟ ଏହି ବିଚାରରେ ଏକମତ ରହିଥିବା ଜଣାପଡ଼ିଛି। 

Leave a Reply

Your email address will not be published.