#ରାମାୟଣ: ଆଉନାହାନ୍ତି ‘ବାଳୀ-ସୁଗ୍ରୀବ’ ଅଭିନେତା

ମୁମ୍ବାଇ(ଓଟି): ଆଉନାହାନ୍ତି ‘ରାମାୟଣ’ର ବାଳୀ-ସୁଗ୍ରୀବ ଅଭିନେତା। ନିଜର ବଳିଷ୍ଠ ଅଭିନୟ ମାଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ହୋଇଯାଇଛି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ପରେ #ଲକ୍‌ଡାଉନ୍‌ ପାଇଁ ଲୋକେ ଘରୁ ବାହାରୁନଥିବାକୁ ଦୃଷ୍ଟିରେ ରଖି ଦୁରଦର୍ଶନରେ ପୁଣି  ରାମାୟଣ ଓ ମହାଭାରତ ଧାରାବାହିକ ପ୍ରସାରିତ ହେଉଛି। ଏପରିକି ଏହାର ଦର୍ଶକ ସଂଖ୍ୟା ମଧ୍ୟ ରେକର୍ଡ ସୃଷ୍ଟି କରିଛି। ତେବେ ପୁନଃପ୍ରସାରଣ ସମୟରେ ଏହାର ଜଣେ ପ୍ରମୁଖ କଳାକାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏଥିସହ ସହ-କଳାକାର ଓ ପ୍ରଶଂସକଙ୍କ ମନରେ ଶକ୍ତ ଧକ୍କା ଲାଗିଛି। ଏନେଇ ଶ୍ରୀରାମ ଭୂମିକା ନିର୍ବାହ କରିଥିବା ଅଭିନେତା ଅରୁଣ ଗୋଭିଲ ଟୁଇଟ୍‌ ଜରିଆରେ ଶୋକବ୍ୟକ୍ତ କରିଛନ୍ତି।

ଏଥିସହ ଅନ୍ୟ କଳାକାର ଓ ଅନ୍ୟବର୍ଗରୁ ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published.