ରାକ୍ଷୀ ପାଇଁ କିଣନ୍ତୁ ସ୍ପେଶାଲ୍ ‘ଗୋଲଡ ସୁଇଟ୍ସ’, ୧ କିଲୋ ମିଠାର ଦାମ୍ ୯ ହଜାର ଟଙ୍କା

ଆଗକୁ ଆସୁଛି ରାକ୍ଷୀ । ବିନା ମିଠାରେ ଏହି ଉତ୍ସବ ସମ୍ପୂର୍ଣ୍ଣ ଫିକା । ଭାଇକୁ ରାକ୍ଷୀଟିଏ ବାନ୍ଧି ମିଠା ଦେବା ପରେ ହିଁ ଉତ୍ସବର ଅସଲ ଖୁସି ଚେହେରାରେ ଆସିଥାଏ । କିନ୍ତୁ ରାକ୍ଷୀ ପାଇଁ ବିଶେଷ ଭାବେ ଏଭଳି ଏକ ମିଠା ପ୍ରସ୍ତୁତ କରାଯାଏ ଯାହାର ଦାମ୍ ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେହେବ । ଏହି ମିଠାର ଦାମ ହେଉଛି କିଲୋ ପିଛା ୯,୦୦୦ ଟଙ୍କା । ଏହି ସ୍ପେଶାଲ୍ ମିଠା ଆଣିବାକୁ ହେଲେ ଆପଣଙ୍କୁ ଗୁଜରାଟ ଯିବାକୁ ହେବ ।

ଗୁଜରାଟର ସୁରଟ ଠାରେ ‘୨୪ କ୍ୟାରେଟ୍ ମ୍ୟାଜିକ୍ ମିଠାଇ’ ନାମକ ଏକ ମିଠା ଦୋକାନରେ ଆପଣ ଏହାକୁ ପାଇପାରିବେ । ଏହି ମିଠାର ନା ହେଉଛି ‘ଗୋଲଡ୍ ସୁଇଟ୍ସ’ । ରାକ୍ଷୀ ପାଇଁ ବିଶେଷ ଭାବେ ଏହି ମିଠା ପ୍ରସ୍ତୁତ ହୋଇଥାଏ । ଏଥିରେ ଅସଲି ସୁନାର ଏକ ପରସ୍ତ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଏ ସମ୍ପର୍କରେ ଦୋକାନର ମାଲିକ କହିଛନ୍ତି ଯେ – ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏହି ମିଠା ପ୍ରସ୍ତୁତ ହେଉଛି । ସ୍ୱାସ୍ଥ୍ୟ ଉପରେ ସୁନାର ସୁ ପ୍ରଭାବ ଜାଣିବା ପରେ ସେ ଏହି ମିଠା ପ୍ରସ୍ତୁତ କରିବା ପାଇଁ ମନ ବଳାଇଥିଲେ । ତେବେ ସାଧାରଣବର୍ଗର ବ୍ୟକ୍ତି ଏହି ମିଠାକୁ କିଣିପାରିବେନି ସତ, କିନ୍ତୁ କେବଳ ଦେଖିକି ମନ ଭରିଦେବେ ।

Leave a Reply

Your email address will not be published. Required fields are marked *