ରାଜ୍ୟସଭା: ବିଜେଡିରୁ ୪ କେ ୪

ଭୁବନେଶ୍ୱର (ଓଟି): ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ବିଜେଡିରୁ ସମସ୍ତ ୪ଜଣ ପ୍ରାର୍ଥୀ ବିଜୟୀ ବୋଲି ଧରିନିଆଯାଇଛି। ଆଉ ଏହି କଥା ଖୁବ୍‌ ସହଜ ଭାବେ ବୁଝା ପଡୁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ କହୁଛନ୍ତି। କାରଣ କଂଗ୍ରେସ ପ୍ରାର୍ଥୀ ଦେବାକୁ ମନା କରିଦେଇଥିବାବେଳେ ବିଜେପି ମଧ୍ୟ ସେଭଳି ସଙ୍କେତ ଦେଇଛି। ଫଳରେ ବିଜେଡି ବାଜିମାତ୍‌ କରିବା ନିଶ୍ଚିତ ହୋଇଯାଇଛି।

ହିସାବ କଣ?

ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ପାଇଁ ଅତିକମ୍‌ରେ ୨୯ ଜଣ ବିଧାୟକଙ୍କ ଭୋଟ୍ ଆବଶ୍ୟକ। ଏଭଳି ସ୍ଥିତିରେ ରାଜ୍ୟ ବିଧାନସଭାରେ ବିଜେପିର ୨୩ ଜଣ ବିଧାୟକ ରହିଛନ୍ତି। ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ଭୋଟ୍ ଗ୍ରହଣ ହେବ। ରାଜ୍ୟ ପରିପ୍ରେକ୍ଷୀରେ ରଞ୍ଜୀବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ୍ ଓ ନରେନ୍ଦ୍ର ସ୍ୱାଇଁଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ତାଙ୍କ ଆସନ ମଧ୍ୟ ଖାଲି ପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ୪ ପ୍ରାର୍ଥୀ। ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ପ୍ରମୁଖ ବିଧାନସଭା ପରିସରରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  

Leave a Reply

Your email address will not be published. Required fields are marked *